ବିଧାୟକଙ୍କ ଦ୍ୱାରା ପାରିତ ବିଲ୍କୁ ଅନୁମୋଦନ ଦେବା ପାଇଁ ରାଜ୍ୟପାଳଙ୍କ ଆଗରେ କୌଣସ ସୀମା ଧାର୍ଯ୍ୟ କରାଯାଇ ପାରିବ ନାହିଁ। ସମାନ ନିୟମ ରାଷ୍ଟ୍ରପତିଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ। ଅର୍ଥାତ ବିଲ୍କୁ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ଆଗରେ ମଧ୍ୟ କୌଣସି ସୟମ ସୀମା ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ।
କିନ୍ତୁ ଦୀର୍ଘ ସମୟ ଧରି କୌଣସି ପ୍ରକାରର ନିଷ୍କ୍ରିୟତା ନ୍ୟାୟିକ ସମୀକ୍ଷାକୁ ଆମନ୍ତ୍ରିତ କରିପାରେ। ନ୍ୟାୟାଳୟ ଉଚିତ ସମୟ ସୀମା ମଧ୍ୟରେ ବିଲ ଉପରେ ନିର୍ଣ୍ଣୟ କରିବାକୁ କହିପାରିବେ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇଙ୍କ ନେତୃତ୍ୱାଧୀନ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏ ସଂକ୍ରାନ୍ତ ଆବେଦନର ଶୁଣାଣି ବେଳେ ଏପରି ରାୟ ଦେଇଛନ୍ତି। ବିଲ୍ ଉପରେ ରାଜ୍ୟପାଳଙ୍କ ନିଷ୍ପତ୍ତି କ୍ଷମତା ସମ୍ପର୍କରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଚାରିଥିବା ସ୍ୱତନ୍ତ୍ର ପ୍ରଶ୍ନର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏପରି ନିଷ୍କର୍ସରେ ପହଞ୍ଚିଛନ୍ତି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |