ରାଷ୍ଟ୍ରପତି ମୁର୍ମୁ ପୂର୍ବାହ୍ନ ୧୧.୫୦ ଘଟିକାରେ ନୂଆଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନରେ ଯାତ୍ରା କରି ଅପରାହ୍ନ ୨ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବେ । ସେଠାରୁ ସିଧାସଳଖ ରାଜଭବନକୁ ଯାଇ ଅପରାହ୍ନ ୨.୨୦ ଘଟିକାରେ ପହଞ୍ଚିବେ । ପରେ, ଅପରାହ୍ନ ୨.୨୫ ଘଟିକାରେ ରାଷ୍ଟ୍ରପତି ରାଜଭବନ ପରିସରରେ ନିର୍ମିତ ନୂତନ ‘କଳିଙ୍ଗ ଅତିଥି ନିବାସ’ର ଶୁଭ ଉଦଘାଟନ କରିବେ ।
ଏହି ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ତିନି ଜଣ କେନ୍ଦ୍ରମନ୍ତ୍ରୀ, ବିଧାନସଭାର ବାଚସ୍ପତି, ବରିଷ୍ଠ ଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିବେ । ଉଦଘାଟନ ପରେ ଆୟୋଜିତ ମଧ୍ୟାନ୍ନ ଭୋଜନରେ ସମସ୍ତେ ଯୋଗ ଦେବେ ।
ଅପରାହ୍ନ ୪.୨୦ ଘଟିକାରେ ରାଷ୍ଟ୍ରପତି ଓଡ଼ିଶା ବିଧାନସଭା ଭବନକୁ ଯାଇ ଅପରାହ୍ନ ୪.୩୦ରୁ ୫.୩୦ ପର୍ଯ୍ୟନ୍ତ ସଭାନାୟକ ଓ ବିଧାୟକମାନଙ୍କୁ ସମ୍ବୋଧିତ କରିବେ । ସନ୍ଧ୍ୟାରେ ସେ ରାଜଭବନରେ ଆୟୋଜିତ ରାଜ୍ୟପାଳଙ୍କ ରାତ୍ରି ଭୋଜନରେ ଯୋଗ ଦେବେ ଏବଂ ରାତ୍ରିଯାପନ କରିବେ ।
ରାଷ୍ଟ୍ରପତି ମୁର୍ମୁ ପରଦିନ ୨୮ ତାରିଖ ସକାଳ ୯.୧୫ ଘଟିକାରେ ଭୁବନେଶ୍ୱର ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ । ସକାଳ ୯.୩୫ ଘଟିକାରେ ସେ ଭୁବନେଶ୍ୱରରୁ ବିମାନରେ ଲକ୍ଷ୍ନୌ ପ୍ରତ୍ୟାବର୍ତ୍ତନ କରିବେ । ରାଷ୍ଟ୍ରପତିଙ୍କ ଆଗମନରୁ ପ୍ରତ୍ୟାବର୍ତ୍ନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ କରାଇବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

More Stories
ଘଣ୍ଟପଡ଼ା ରେଳ ଓଭର ବ୍ରିଜର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |