ରାଷ୍ଟ୍ରପତି ମୁର୍ମୁ ପୂର୍ବାହ୍ନ ୧୧.୫୦ ଘଟିକାରେ ନୂଆଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନରେ ଯାତ୍ରା କରି ଅପରାହ୍ନ ୨ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବେ । ସେଠାରୁ ସିଧାସଳଖ ରାଜଭବନକୁ ଯାଇ ଅପରାହ୍ନ ୨.୨୦ ଘଟିକାରେ ପହଞ୍ଚିବେ । ପରେ, ଅପରାହ୍ନ ୨.୨୫ ଘଟିକାରେ ରାଷ୍ଟ୍ରପତି ରାଜଭବନ ପରିସରରେ ନିର୍ମିତ ନୂତନ ‘କଳିଙ୍ଗ ଅତିଥି ନିବାସ’ର ଶୁଭ ଉଦଘାଟନ କରିବେ ।
ଏହି ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ତିନି ଜଣ କେନ୍ଦ୍ରମନ୍ତ୍ରୀ, ବିଧାନସଭାର ବାଚସ୍ପତି, ବରିଷ୍ଠ ଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିବେ । ଉଦଘାଟନ ପରେ ଆୟୋଜିତ ମଧ୍ୟାନ୍ନ ଭୋଜନରେ ସମସ୍ତେ ଯୋଗ ଦେବେ ।
ଅପରାହ୍ନ ୪.୨୦ ଘଟିକାରେ ରାଷ୍ଟ୍ରପତି ଓଡ଼ିଶା ବିଧାନସଭା ଭବନକୁ ଯାଇ ଅପରାହ୍ନ ୪.୩୦ରୁ ୫.୩୦ ପର୍ଯ୍ୟନ୍ତ ସଭାନାୟକ ଓ ବିଧାୟକମାନଙ୍କୁ ସମ୍ବୋଧିତ କରିବେ । ସନ୍ଧ୍ୟାରେ ସେ ରାଜଭବନରେ ଆୟୋଜିତ ରାଜ୍ୟପାଳଙ୍କ ରାତ୍ରି ଭୋଜନରେ ଯୋଗ ଦେବେ ଏବଂ ରାତ୍ରିଯାପନ କରିବେ ।
ରାଷ୍ଟ୍ରପତି ମୁର୍ମୁ ପରଦିନ ୨୮ ତାରିଖ ସକାଳ ୯.୧୫ ଘଟିକାରେ ଭୁବନେଶ୍ୱର ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ । ସକାଳ ୯.୩୫ ଘଟିକାରେ ସେ ଭୁବନେଶ୍ୱରରୁ ବିମାନରେ ଲକ୍ଷ୍ନୌ ପ୍ରତ୍ୟାବର୍ତ୍ତନ କରିବେ । ରାଷ୍ଟ୍ରପତିଙ୍କ ଆଗମନରୁ ପ୍ରତ୍ୟାବର୍ତ୍ନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ କରାଇବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…