January 26, 2026

Now Odisha

Now Odisha

ନିଖୋଜ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ୪ ଦିନ ଧରି ନିଖୋଜ ଥିଲେ.।

Spread the love

ନିଖୋଜ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କେ. ନୂଆଗଡ ଗାଁରେ ଦେଖିବାକୁ ମିଳିଛି ଏ ଅଘଟଣ। ଗାଁର ମୃତକ ଏହି ଗାଁର କୈଳାଶ ଚନ୍ଦ୍ର ସେଠୀଙ୍କ ପୁଅ ରାଜେଶ ହୋଇଥିବା ବେଳେ ୪ ଦିନ ଧରି ନିଖୋଜ ଥିଲେ । ଆଜି ଗାଁ ଶେଷ ମୁଣ୍ଡରେ ଥିବା ଧାନ ବିଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ଗତ ୧୮ ତାରିଖରୁ ସେ ବାଇକ୍ ନେଇ ଘରୁ କେଉଁଆଡ଼େ ଚାଲି ଯାଇଥିଲେ । ବହୁ ଖୋଜାଖୋଜି ପରେ ତାଙ୍କର ସନ୍ଧାନ ନ ମିଳିବାରୁ ପରିବାର ଲୋକ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ । ତେବେ ଆଜି ଉଦ୍ଧାର ହୋଇଥିବା ରାଜେଶଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

error: Content is protected !!