ଭୁବନେଶ୍ଵର ବୁଦ୍ଧ ପାର୍କ ନିକଟରେ ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପାର୍କ ନିକଟରେ ଜଣେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ସାମାନ୍ୟ ଝଗଡାକୁ ନେଇ ବଚସା ହୋଇଥିଲା। ଝଗଡା ଏତେ ଭୟଙ୍କର ରୂପ ଧାରଣ କରିଥିଲା ଯେ, ଯୁବକ ଜଣକ ଉତକ୍ଷିପ୍ତ ହୋଇ ଛୁରୀରେ ଯୁବତୀଙ୍କ ବେକ କାଟିବାକୁ ଉଦ୍ୟମ କରିଥିଲା।ପରେ କିଛି ସ୍ଥାନୀୟ ଲୋକ ଯୁବକ ଜଣଙ୍କୁ କାବୁ କରି ଚନ୍ଦ୍ରଶେଖରପୁର ପୁଲିସର ଜିମା ଦେଇଥିଲେ। ଅନ୍ୟପଟେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଘର ଦାର୍ଜିଲିଂ ଅଞ୍ଚଳରେ ହୋଇଥିବାବେଳେ ଭୁବନେଶ୍ୱରରେ ମୋମୋ ଦୋକାନ ଦେଇଥିଲେ। ଯୁବତୀ ଜଣକ ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଉଥିବା ସନ୍ଦେହରେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ସେପଟେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

More Stories
ଚାଲିଥିଲା ବ୍ରାଉନସୁଗାର ବେପାର, ମାଡ଼ି ବସିଲା ପୋଲିସ ।
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ