ଭୁବନେଶ୍ୱର: ଏଣିକି ଆବାସ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ ସରକାରୀ ଗୃହ ଯୋଜନାର ହିତାଧିକାରୀମାନେ କିପରି ସୁରୁଖୁରୁରେ ନିଜର ଘର ନିର୍ମାଣ କରିପାରିବେ ସେଥିଲାଗି ରାଜ୍ୟ ସରକାର ମାଗଣାରେ ସେମାନଙ୍କୁ ବାଲି ଯୋଗାଇବାକୁ ନିଷ୍ପତ୍ତି ନେଇଥିବା ରବିବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ବାଲିର ମୂଲ୍ୟ ନିୟନ୍ତ୍ରଣ କରିବା ସହ ବାଲି ମାଫିଆ କାର୍ଯ୍ୟକଳାପକୁ ରୋକିବା ପାଇଁ ରାଜ୍ୟ ସରକାର ବାଲିର ସର୍ବାଧିକ ବିକ୍ରୟ ମୂଲ୍ୟ (MSP) ମଧ୍ୟ ଲାଗୁ କରିଛନ୍ତି।
ଯାହା ଅଧୀନରେ ବାଲି ଘାଟ ଲିଜଧାରୀମାନେ ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ ହିଁ ବାଲି ବିକ୍ରୟ କରିବେ। ଯଦି କେହି ବ୍ୟକ୍ତି ନିର୍ଦ୍ଧାରିତ ମୂଲ୍ୟ ରୁ ଅଧିକ ଦର ରେ ବାଲି ବିକ୍ରୟ କରୁଥିବେ ତେବେ ସେମାନେ କଡା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଚେତାବନୀ ଦେଇଛନ୍ତି।

More Stories
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା : ଧର୍ମେନ୍ଦ୍ର ପ୍ରଧାନ
ଡାକ୍ତର ନାହାନ୍ତିକି କର୍ମଚାରୀ ନାହାନ୍ତିପ୍ରାଥମିକ ଚିକିତ୍ସାଳୟରେ ତାଲା, ରୋଗୀ ହନ୍ତସନ୍ତ |
ହାରେକା ସାହାରା ପରିବାର ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ।