ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ସୋମବାର ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଗନ କୁମାର ମୁଖୀ ଓ ଦିବ୍ୟ ରଞ୍ଜନ ଦିଗାଲ। ସେମାନଙ୍କ ଘର କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଞ୍ଚଳରେ। ଅଭିଯୁକ୍ତମାନଙ୍କଠାରୁ ୬୫ କେଜି ଗଞ୍ଜେଇ, ଗୋଟିଏ ବୋଲେରୋ, ୧୮୩୦ ଟଙ୍କା, ଦୁଇଟି ମୋବାଇଲ ଜବତ କରାଯାଇଛି।
ଏନେଇ ଭଞ୍ଜନଗର ଥାନାରେ ୧୨୪୭/୨୫ରେ ଏକ ମାମଲା ରୁଜୁ ହୋଇଛି।
ଘଟଣାରୁ ପ୍ରକାଶ ଯେ, ଗତକାଲି ଅଭିଯୁକ୍ତ ଦ୍ବୟ କନ୍ଧମାଳ ଜିଲାରୁ ଏକ ବୋଲେରୋରେ ଗଞ୍ଜେଇ ଧରି କିଛି ଅଜଣା ବ୍ୟକ୍ତିଙ୍କୁ ବିକ୍ରି କରିବା ପାଇଁ ଭୁବନେଶ୍ବର ଅଭିମୁଖେ ଯାଉଥିଲେ। ବାଟରେ ଭଞ୍ଜନଗର ପୋଲିସ ସୋରାଦେବୀ ମନ୍ଦିର ନିକଟରେ ଗାଡ଼ିକୁ ମାଡ଼ିବସି ଯାଞ୍ଚ କରିବା ପରେ ଗଞ୍ଜେଇ ବାହାରିଥିଲା। ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ଏସ୍ଆଇ ଜ୍ୟୋତ୍ସ୍ନାମୟୀ ସାହୁ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |