କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟାକୁ ନେଇ ବିଦ୍ୟାଳୟ ଫାଟକରେ ସୋମବାର ତାଲା ପଡିଛି। ଫଳରେ ଛାତ୍ରୀଛାତ୍ର ଏବଂ ଶିକ୍ଷକମାନେ ବିଦ୍ୟାଳୟ ବାହାରେ ଫାଟକ ସମ୍ମୁଖରେ ତଳେ ବସିଛନ୍ତି । ଅସନ୍ତୋଷ ଏବଂ ଉତ୍ତେଜନା ପ୍ରକାଶ ପାଇଛି । ଏ ବାବଦରେ ହାଟଡିହୀ ବିଇଓ ରାଜୀବ ଦଳେଇଙ୍କୁ ପଚାରିବାରୁ ଏପରି ଘଟଣା ସମ୍ପର୍କରେ ସେ ଜାଣି ନାହାଁନ୍ତି କି କେହି ତାଙ୍କୁ ଜଣେଇ ନାହାଁନ୍ତି ବୋଲି କହିଛନ୍ତି ।ତେବେ ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ଫାଟକରେ ତାଲା ପଡିବା, ଛାତ୍ରୀଛାତ୍ର ମାନେ ବାହାରେ ଖୋଲା ଆକାଶ ତଳେ ବସିବା ସମ୍ପର୍କରେ ଖୋଦ ବିଇଓ ଜାଣି ନ ପାରିବା ତାଙ୍କର ଦାୟିତ୍ୱ ଏବଂ କାର୍ଯ୍ୟ ଦକ୍ଷତାକୁ ପଦାରେ ପକାଇଛିl ଭାତ ହାଣ୍ଡିରୁ ଗୋଟେ ଭାତ ଚିପିବା ପରି ଏହି ବ୍ଲକ ଅଞ୍ଚଳରେ ଶିକ୍ଷାଦାନ ବ୍ୟବସ୍ଥା କିପରି ଅଛି ତାହା ସହଜେ ଉକ୍ତ ଘଟଣାରୁ ଅନୁମାନ କରି ହେବ । ସୂଚନା ଯୋଗ୍ୟ, ଏହି ବିଦ୍ୟାଳୟରେ ମୋଟ ୮ଟି ଶ୍ରେଣୀ ଏବଂ ଶିଶୁ ବାଟିକା ଅଛି। ୨୧୪ ଜଣ ଛାତ୍ରୀଛାତ୍ର ଏଠାରେ ଅଧୟନ କରୁଛନ୍ତି ।ପୂର୍ବରୁ ଏଠାରେ ୯ ଜଣ ଶିକ୍ଷକ ଥିଲେ। ଏବେ ୪ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଫଳରେ ଶିକ୍ଷାଦାନ ଠିକ ଭାବେ ହୋଇ ପାରୁନି। ଫଳରେ ଅଭିଭାବକ ଏବଂ ଗ୍ରାମବାସୀ ମାନେ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଛନ୍ତି।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା