ପୂଜା ଓରଫ୍ ସେଜଲଙ୍କ ଆମେରିକା ନିର୍ଯାତନା କାହାଣୀରେ ନୂଆ ଟ୍ୱିଷ୍ଟ। ପ୍ରେମିକ ଅମର ପାଇଁ ଆମେରିକାରୁ ଫେରିବା ପରେ ସତ କହିଲେ। ‘ପ୍ରେମ ପାଇଁ ଆମେରିକାରେ ମିଛ ନିର୍ଯାତନାର କାହାଣୀ କହିଥିଲି’।ଭୁବନେଶ୍ଵର ବିମାନବନ୍ଦରରେ ଖୋଲିଲେ ଫେରିବାର ପ୍ରକୃତ ରହସ୍ୟ। ‘ନିର୍ଯାତନାର କାହାଣୀ ମିଛ; ମୋ ପାଳିତ ମା’ ବହୁତ ଭଲ’।ପ୍ରେମ ପାଇଁ ଓଡ଼ିଶା ଆସିବାକୁ ଚାହୁଁ ଥିଲି।’ଅମରଙ୍କ ସହାୟତାରେ ନିଜ ମା’ଙ୍କ ନାଁରେ ମିଛ ଭିଡିଓ ଜାରି କରିଥିଲି’।’ଅମର ବାଲେଶ୍ବର ଅଞ୍ଚଳର, ବାହା ହେବାକୁ ଏଭଳି କରିଛି’।ମୁଁ ଅମରକୁ ବାହା ହୋଇ ଓଡ଼ିଶାରେ ରହିବି ବୋଲି କହିଛନ୍ତି ପୂଜା।
ପ୍ରେମିକ ଅମରଙ୍କ ପାଇଁ ଆମେରିକାରୁ ଫେରିବା ପରେ ସତ କହିଛନ୍ତି ପୂଜା। ସେ କହିଛନ୍ତି, ପ୍ରେମ ପାଇଁ ଆମେରିକାରେ ମିଛ ନିର୍ଯାତନାର କାହାଣୀ କହିଥିଲି। ଭୁବନେଶ୍ୱର ବିମାନବନ୍ଦରରେ ମଙ୍ଗଳବାର ପହଞ୍ଚିବା ପରେ ଫେରିବାର ପ୍ରକୃତ ରହସ୍ୟ ଖୋଲି କହିଛନ୍ତି। ସେ କହିଛନ୍ତି, ନିର୍ଯାତନାର କାହାଣୀ ମିଛ, ମୋ ପାଳିତ ମା’ ବହୁତ ଭଲ।
ପ୍ରେମ ପାଇଁ ଓଡ଼ିଶା ଆସିବାକୁ ଚାହୁଁଥିଲି। ଅମରଙ୍କ ସହାୟତାରେ ନିଜ ମା’ଙ୍କ ନାଁରେ ମିଛ ଭିଡିଓ ଜାରି କରିଥିଲି। ଅମର ବାଲେଶ୍ବର ଅଞ୍ଚଳର ହୋଇଥିବାବେଳେ ମୁଁ ତାଙ୍କୁ ବାହା ହେବାକୁ ଏଭଳି କରିଛି। ମୁଁ ଅମରକୁ ବାହା ହୋଇ ଓଡ଼ିଶାରେ ରହିବି ବୋଲି ପୂଜା କହିଛନ୍ତି।

More Stories
ଘଣ୍ଟପଡ଼ା ରେଳ ଓଭର ବ୍ରିଜର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |