କୋରାପୁଟ ସହର ଉପକଣ୍ଠରେ ଥିବା ଲାଣ୍ଡିଗୁଡାସ୍ଥିତ ଡିଏଭି ମହାବିଦ୍ୟାଳୟ ନିକଟରେ ଥିବା ୨୬ ନଂ ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକକୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ଘଟଣା ଯୋଗୁ କାର ଚୁରମାର ହୋଇଛି। ଏପରିକି ଡ୍ରାଇଭରଜଣଙ୍କ ଗୁରୁତର ହୋଇଛନ୍ତି। ସେ କୋରାପୁଟ ସହରର ଗୌତମନଗର ଅଞ୍ଚଳର ବୋଲି ଜଣାଯାଇଛି।
ସୂଚନାନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଜାତୀୟ ରାଜପଥ ଉପରେ କୋରାପୁଟ ପଟୁ ଏକ ଟ୍ରକ ସୁନାବେଢା ଯାଉଥିଲା। ଏହି ସମୟରେ ଏକ କାର୍ ତାକୁ ଓଭର ଟେକ କରି ଯିବା ପାଇଁ ଉଦ୍ୟମ କରିଥିବା ବେଳେ ଦୁର୍ଘଟଣାଗସ୍ତ ହୋଇଥିଲା। ଏଥିରେ ବସିଥିବା ଡ୍ରାଇଭର ଗୁରୁତର ହୋଇ ଥିବା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି। ତେବେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଟାଉନ ଥାନା ପୋଲିସ ଘଟଣାର ରଦନ୍ତ ଚାଲୁ ରଖିଛି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |