ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଖୋର୍ଦ୍ଧା ସଦର ମହକୁମାର ଜିଲ୍ଲା ସଂସ୍କୃତି ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପରିସରରୁ ୧୬୯ ତୀର୍ଥ ଯାତ୍ରୀ ଉଜ୍ଜୟିନୀ ଓ ଓଙ୍କାରେଶ୍ୱର୍ ତୀର୍ଥ ଭ୍ରମଣ ନିମନ୍ତେ ସ୍ବତନ୍ତ୍ର ବସରେ ଭୁବନେଶ୍ୱର ଯାତ୍ରା କରିଛନ୍ତି।
ଆସନ୍ତାକାଲି ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ଵତନ୍ତ୍ର ଟ୍ରେନରେ ସେମାନେ ଉଜ୍ଜୟିନୀ ଓ ଓଙ୍କାରେଶ୍ୱର ତୀର୍ଥ ଭ୍ରମଣରେ ଯିବେ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା ଙ୍କ ଅଧ୍ୟକ୍ଷତାରେ ଏକ ଶୁଭାରମ୍ଭ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶାଫଲ୍ୟ ମଣ୍ଡିତ ପ୍ରଧାନ ଯୋଗଦେଇ କହିଲେ ଆଧ୍ୟାତ୍ମିକତାର ଦିବ୍ୟ ଅନୁଭବ ନିମନ୍ତେ ବରିଷ୍ଟ ନାଗରିକ ତୀର୍ଥ ଯାତ୍ରା ଯୋଜନା ସରକାରଙ୍କ ସମ୍ପୂର୍ଣ ଆଧ୍ୟାତ୍ମିକ ଯୋଜନା ଜ ଦ୍ଵାରା ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ର ବରିଷ୍ଟ ନାଗରିକ ମାନେ ଆଧ୍ୟାତ୍ମିକତାର ଦିବ୍ୟ ଅନୁଭବ ଓ ଜାତୀୟ ସଂହତି, ଭାଷା ଆଦାନ ପ୍ରଦାନ ସଂସ୍କୃତି ବିତରଣ ରେ ପରିଚୟ ପ୍ରଦାନ କରିବ।
ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଯାତ୍ରାରେ ତୀର୍ଥ ଯାତ୍ରୀ ମାନଙ୍କ ଯତ୍ନ ନେବାପାଇଁ ତଦାରଖ ଅଧିକାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି କରାଯାଇଛି। ତୀର୍ଥ ଯାତ୍ରୀ ମାନେ ୬ ଦିନ ୫ ରାତ୍ରୀ ତୀର୍ଥ ଯାତ୍ରା ରେ ଭ୍ରମଣ କରି ଆସନ୍ତା ୩୦ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି ବୋଲି ମୀରା ବେହେରା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୂଚନା ଦେଇଛନ୍ତି।
ଖୋର୍ଦ୍ଧା: ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଖୋର୍ଦ୍ଧା ସଦର ମହକୁମାର ଜିଲ୍ଲା ସଂସ୍କୃତି ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପରିସରରୁ ୧୬୯ ତୀର୍ଥ ଯାତ୍ରୀ ଉଜ୍ଜୟିନୀ ଓ ଓଙ୍କାରେଶ୍ୱର୍ ତୀର୍ଥ ଭ୍ରମଣ ନିମନ୍ତେ ସ୍ବତନ୍ତ୍ର ବସରେ ଭୁବନେଶ୍ୱର ଯାତ୍ରା କରିଛନ୍ତି। ଆସନ୍ତାକାଲି ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ଵତନ୍ତ୍ର ଟ୍ରେନରେ ସେମାନେ ଉଜ୍ଜୟିନୀ ଓ ଓଙ୍କାରେଶ୍ୱର ତୀର୍ଥ ଭ୍ରମଣରେ ଯିବେ। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା ଙ୍କ ଅଧ୍ୟକ୍ଷତାରେ ଏକ ଶୁଭାରମ୍ଭ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶାଫଲ୍ୟ ମଣ୍ଡିତ ପ୍ରଧାନ ଯୋଗଦେଇ କହିଲେ ଆଧ୍ୟାତ୍ମିକତାର ଦିବ୍ୟ ଅନୁଭବ ନିମନ୍ତେ ବରିଷ୍ଟ ନାଗରିକ ତୀର୍ଥ ଯାତ୍ରା ଯୋଜନା ସରକାରଙ୍କ ସମ୍ପୂର୍ଣ ଆଧ୍ୟାତ୍ମିକ ଯୋଜନା ଜ ଦ୍ଵାରା ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ର ବରିଷ୍ଟ ନାଗରିକ ମାନେ ଆଧ୍ୟାତ୍ମିକତାର ଦିବ୍ୟ ଅନୁଭବ ଓ ଜାତୀୟ ସଂହତି, ଭାଷା ଆଦାନ ପ୍ରଦାନ ସଂସ୍କୃତି ବିତରଣ ରେ ପରିଚୟ ପ୍ରଦାନ କରିବ।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା