ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ଯାଜପୁର ରୋଡ଼ର ୫୩ ବର୍ଷୀୟ ରୋଗୀ ରମାକାନ୍ତ ପାତ୍ରଙ୍କୁ ଆତ୍ୟାଧୁନିକ ‘ଡାଇରେକ୍ଟ ଆଣ୍ଟେରିଅର୍ ଆପ୍ରୋଚ୍’ ଦ୍ୱାରା ସଫଳ ହିପ୍ ରିପ୍ଲେସ୍ମେଣ୍ଟ୍ ସଫଳତାର ସହ କରାଯାଇଛି । ରମାକାନ୍ତ ଦୀର୍ଘଦିନ ଧରି ଦୁଇଟି ହିପ୍ “ଅଭାସ୍କୁଲାର୍ ନେକ୍ରୋସିସ” ରୋଗରେ ଆକ୍ରାନ୍ତ ଥିଲେ ।
ପୂର୍ବରୁ ତାଙ୍କର ଡାହାଣ ହିପ୍ ଯନ୍ତ୍ରଣା ହେବାରୁ ଅନ୍ୟ ହସ୍ପିଟାଲରେ ପାରମ୍ପରିକ ପୋଷ୍ଟେରିଅର ଆପ୍ରୋଚ୍ ଦ୍ୱାରା ହିପ୍ ସର୍ଜରୀ କରାଯାଇଥିଲା । କିନ୍ତୁ ସେଥିରୁ ସୁସ୍ଥ ହେବାରେ ବେଶି ସମୟ ଲାଗିଥିଲା ଏବଂ ଅଧିକ ଯନ୍ତ୍ରଣା ମଧ୍ୟ ହୋଇଥିଲା । କିଛି ଦିନ ମଧ୍ୟରେ ତାଙ୍କର ବାମ ହିପ୍ ପୁଣି ଥରେ ଯନ୍ତ୍ରଣା ହେବାରୁ ସେ ସେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଭର୍ତ୍ତି ହୋଇଥିଲେ ।
ମଣିପାଲ ହସ୍ପିଟାଲର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ବିଭାଗୀୟ ମୁଖ୍ୟ ଡାକ୍ତର ସୁନୀଲ ଦାଶ, ସମସ୍ତ ପ୍ରକାର ଡାକ୍ତରୀ ପରୀକ୍ଷା କରିବା ପରେ ତାଙ୍କର ହିପ୍ ରିପ୍ଲେସମେଣ୍ଟ୍ କରିବା ପାଇଁ ପରାମର୍ଶ କରିଥିଲେ । ପୂର୍ବରୁ ତାଙ୍କର ଟାଇପ୍ ୨ ଡାଏବେଟିସ୍, ହାଇପୋଥାଇରୋଇଡିଜ୍ମ ସହିତ କିଡନି ରୋଗ ଥିବାରୁ ଡାକ୍ତର ସୁନୀଲ ଦାଶ ଅତି କମ୍ କଟାକଟି ହେଉଥିବା ‘ଡାଇରେକ୍ଟ ଆଣ୍ଟେରିଅର୍ ଆପ୍ରୋଚ୍’ ଦ୍ୱାରା ତାଙ୍କର ଟୋଟାଲ ହିପ୍ ରିପ୍ଲେସ୍ମେଣ୍ଟ କରିବାକୁ ନିଷ୍ପତି ନେଇଥିଲେ । ‘ଡାଇରେକ୍ଟ ଆଣ୍ଟେରିଅର୍ ଆପ୍ରୋଚ୍’ ଏକ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଯେଉଁଥିରେ ଆଧୁନିକ ହିପ୍ ମାଂସପେଶୀକୁ ଅଧିକ ନକାଟି ସିଧାସଳଖ ହିପ୍ ରିପ୍ଲେସ୍ମେଣ୍ଟ କରାଯାଇଥାଏ। ଏଥିରେ ଅଧିକ କଟାକଟି ହୋଉ ନଥିବାରୁ ଅଧିକ ରକ୍ତସ୍ରାବ ମଧ୍ୟ ହୋଇନଥାଏ, ସଂକ୍ରମଣ ହୋବାର ସମ୍ଭାବନା କମ ଥାଏ , ଫଳରେ ହସ୍ପିଟାଲରେ ଅଧିକ ଦିନ ରହିବାକୁ ପଡିନଥାଏ ଏବଂ ଖୁବ୍ ଶୀଘ୍ର ରୋଗୀ ସୁସ୍ଥ୍ୟ ହୋଇଥାନ୍ତି ।
‘ଡାଇରେକ୍ଟ ଆଣ୍ଟେରିଅର୍ ଆପ୍ରୋଚ୍’ ଫଳରେ ରମାକାନ୍ତ ସର୍ଜରୀର ପର ଦିନ ଚାଲିବା ଆରମ୍ଭ କରିଥିଲେ ଏବଂ ତିନି ଦିନ ମଧ୍ୟରେ ଘରକୁ ଫେରିଥିଲେ । ଫଲୋ-ଅପ୍ ଚିକିତ୍ସାରେ ଆସିବା ବେଳେ ସେ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବେ ଚାଲୁଛନ୍ତି, ପୂର୍ବରୁ କରାଯାଇଥିବା ପାରମ୍ପାରିକ ସର୍ଜରୀ ତୁଳନାରେ ମଣିପାଲ ଭୁବନେଶ୍ୱର ହସ୍ପିଟାଲରେ କରାଯାଇଥିବା ସର୍ଜରୀ ଫଳରେ ସେ ବେଶ ଉପକୃତ ହୋଇଛନ୍ତି ବୋଲି କହିଛନ୍ତି ।
ଏହି ସର୍ଜରୀ ସମ୍ପର୍କରେ ମଣିପାଲ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁନୀଲ କୁମାର ଦାଶ କହିଲେ, “ଡାଇରେକ୍ଟ ଆଣ୍ଟେରିଅର୍ ଆପ୍ରୋଚ୍ ଦ୍ୱାରା ଆମେ ଜଟିଳ ହିପ୍ ସମସ୍ୟାକୁ ଅଧିକ ସୁରକ୍ଷିତ ଓ ସଠିକ୍ ଭାବରେ ଚିକିତ୍ସା କରିପାରୁଛୁ । ଏହି ଅତ୍ୟାଧୁନିକ ଚିକିତ୍ସା ଫଳରେ ମାଂସପେଶୀକୁ ଅଧିକ କାଟିକାବୁ ପଡିନଥାଏ, ଫଳରେ ସୁସ୍ଥ୍ୟ ତନ୍ତୁକୁ କମ୍ କ୍ଷତି ହୋଇଥାଏ, ଯାହା ଫଳରେ ରୋଗୀ ଶୀଘ୍ର ସୁସ୍ଥ୍ୟ ହୋବା ସହିତ ଓ ସଫଳତା ମଧ୍ୟ ବେଶ ଅଧିକ ଥାଏ , ବିଶେଷକରି ଅନ୍ୟ କିଛି ରୋଗ ଥିବା ରୋଗୀମାନଙ୍କ ପାଇଁ ଏହା ବରଦାନ ସଦୃସ୍ୟ ।”
ଏହି ସଫଳତା ମାଣିପାଲ ହସ୍ପିଟାଲର ଆଧୁନିକ ଚିକିତ୍ସା ସୁବିଧା, ଦକ୍ଷ ଡାକ୍ତରଦଳ ଓ ରୋଗୀ-କେନ୍ଦ୍ରିତ ଚିକିତ୍ସା ଦେବାର ଅବିରତ ପ୍ରୟାସକୁ ପ୍ରତିଫଳିତ କରେ ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |