ବରଗଡ଼ ଜିଲା ବରପାଲି ଗାନ୍ଧିଛକଠାରୁ ରାମପୁର ରାସ୍ତାରେ ଭାରୀଯାନ ଚଳାଚଳ ଉପରେ ଜିଲା ପ୍ରଶାସନ କଟକଣା ଜାରି କରିଛି। ଜିଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି(ନଂ-୨୮୨୪, ତା-୨୫।୧୧।୨୦୨୫)ରେ ଉଲ୍ଲେଖ ରହିଛି, ବରପାଲି ସହରରେ ଟ୍ରାଫିକ ସମସ୍ୟା ଏଡାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ଆସନ୍ତା ଡିସେମ୍ବର ମାସ ୧୯ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏହି କଟକଣା ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ବିଜ୍ଞପ୍ତିରେ ଦର୍ଶାଯାଇଛି।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା