ନୂଆଦିଲ୍ଲୀ : ଚୀନର ତିଆନଜିନ୍ରେ ସୋମବାର ସକାଳେ ୩ ରାଷ୍ଟ୍ରର ମୁଖ୍ୟଙ୍କ ସାକ୍ଷାତ ହୋଇଛି । ଏସସିଓ ସମ୍ମିଳନୀ ସମୟରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଓ ରୁଷର ରାଷ୍ଟ୍ରପତି ପୁଟିନ୍ଙ୍କ ସାକ୍ଷାତ ହୋଇଛି । ୩ ରାଷ୍ଟ୍ର ମୁଖ୍ୟଙ୍କ ସାକ୍ଷାତ ହେବାର ଅନେକ ଫଟୋ ସାମ୍ନାକୁ ଆସିଛି । ଏସବୁ ଫଟୋ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରକ୍ତଚାପ ବଢାଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ତିଆନଜିନ୍ରେ ସୋମବାର ପୂର୍ବାହ୍ନ ୧୧ଟାରେ ମହାଶକ୍ତିଙ୍କ ମହାମିଳନ ଦେଖିବାକୁ ମିଳିଛି । ଏହାସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ମଧ୍ୟ ହେଉଛି । ଗୋଟିଏ ଭିଡିଓରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ, ରାଷ୍ଟ୍ରପତି ପୁଟିନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରସ୍ପରର ନିକଟରେ ଠିଆ ହୋଇ ହସଖୁସିରେ କଥାବାର୍ତ୍ତା ହେଉଥିବା ଦେଖାଯାଉଛି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…