ନୂଆଦିଲ୍ଲୀ : ଚୀନର ତିଆନଜିନ୍ରେ ସୋମବାର ସକାଳେ ୩ ରାଷ୍ଟ୍ରର ମୁଖ୍ୟଙ୍କ ସାକ୍ଷାତ ହୋଇଛି । ଏସସିଓ ସମ୍ମିଳନୀ ସମୟରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଓ ରୁଷର ରାଷ୍ଟ୍ରପତି ପୁଟିନ୍ଙ୍କ ସାକ୍ଷାତ ହୋଇଛି । ୩ ରାଷ୍ଟ୍ର ମୁଖ୍ୟଙ୍କ ସାକ୍ଷାତ ହେବାର ଅନେକ ଫଟୋ ସାମ୍ନାକୁ ଆସିଛି । ଏସବୁ ଫଟୋ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରକ୍ତଚାପ ବଢାଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ତିଆନଜିନ୍ରେ ସୋମବାର ପୂର୍ବାହ୍ନ ୧୧ଟାରେ ମହାଶକ୍ତିଙ୍କ ମହାମିଳନ ଦେଖିବାକୁ ମିଳିଛି । ଏହାସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ମଧ୍ୟ ହେଉଛି । ଗୋଟିଏ ଭିଡିଓରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ, ରାଷ୍ଟ୍ରପତି ପୁଟିନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରସ୍ପରର ନିକଟରେ ଠିଆ ହୋଇ ହସଖୁସିରେ କଥାବାର୍ତ୍ତା ହେଉଥିବା ଦେଖାଯାଉଛି ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |