ଦିନକ ପରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । କମିସନରେଟ ପୋଲିସର ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଧାନସଭା ସୁରକ୍ଷା ସହ ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ମଧ୍ୟ ଆଲୋଚନା ହୋଇଛି। ୨୭ ତାରିଖ ଅପରାହ୍ନ ୨ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଂଚିବେ ।
ରାଜଭବନରେ ରାତ୍ରି ଯାପନ କରି ୨୮ ତାରିଖରେ ବିଧାନସଭା କାର୍ଯ୍ୟକ୍ରମରେ ଯୋଗଦେବେ। ତେଣୁ ବିଧାନସଭା ପରିସରରେ ୩୩ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ରାଷ୍ଟ୍ରପତିଙ୍କ ପାଇଁ ଅଧିକ ୨୫ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ। ୧୫୦ରୁ ଅଧିକ ଅଫିସରଙ୍କୁ ମୁତୟନ କରାଯିବ।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା