January 26, 2026

Now Odisha

Now Odisha

ସୁଜାତା କାର୍ତ୍ତିକେୟନ କ’ଣ ଓଡ଼ିଆ ନୁହନ୍ତି?’ – ସୁଲତା ଦେଓ

Spread the love

ଭୁବନେଶ୍ୱର,୨୬।୧୧: ବିଜୁ ଜନତା ଦଳ (ବିଜେଡି)ରେ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ପ୍ରସଙ୍ଗ ଏବଂ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫାକୁ ନେଇ ରାଜନୈତିକ ଉଷ୍ମତା ବଢ଼ିଛି। ଦଳର ବରିଷ୍ଠ ନେତାମାନେ ପରସ୍ପର ବିରୋଧରେ ବୟାନବାଜି କରିଛନ୍ତି।

ରାଜ୍ୟସଭା ସାଂସଦ ସୁଲତା ଦେଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ‘ନବୀନ ଯାହାକୁ ବାଛିବେ, ସିଏ ଉତ୍ତରାଧିକାରୀ ହେବେ।’

ସେ ପ୍ରଶ୍ନ କରିଛନ୍ତି ଯେ, ନବୀନ କହିଥିଲେ ଜଣେ ଓଡ଼ିଆ ବିଜେଡିର ଉତ୍ତରାଧିକାରୀ ହେବେ, ତେବେ ‘ସୁଜାତା ରାଉତ କାର୍ତ୍ତିକେୟନ କ’ଣ ଓଡ଼ିଆ ନୁହନ୍ତି?’

ବିଜେଡିର ସିନିୟର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ମଙ୍ଗଳବାର ଇସ୍ତଫା ଦେଇଥିବା ଦେବାଶିଷ ସାମନ୍ତରାୟ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କୁ ଗୁରୁତ୍ୱ ଦିଆଯାଉ ନଥିବାରୁ ସେ ପଦବୀ ଛାଡ଼ିଛନ୍ତି ଏବଂ ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନାହିଁ। ଦେବାଶିଷ ଅଭିଯୋଗ କରିଛନ୍ତି ଯେ ‘କିଛି ଲୋକ ନବୀନ ବାବୁଙ୍କୁ ଦେଖା କରିବାକୁ ଦେଉ ନାହାଁନ୍ତି।’ ସେ ନବୀନ ନିବାସରେ ଥିବା ଆଦିତ୍ୟ ମହାପାତ୍ର ଏବଂ ଆମେରିକାରେ ଥିବା ତାଙ୍କ ମାଲିକଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ବେଳେ ନବୀନ ବାବୁ ପ୍ରଚାରର ମଙ୍ଗ ଧରିଲେନି, କେବଳ ଭି.କେ. ପାଣ୍ଡିଆନ ଏକା ପ୍ରଚାର କଲେ। ‘ବିଜୁ ବାବୁ ଓ ନବୀନ ବାବୁଙ୍କ ଫଟୋ ଉଠିଗଲା, ପାଣ୍ଡିଆନଙ୍କ ଫଟୋ ଲାଗିଲା,’ ଯାହାର ଜବାବ ସ୍ୱାଭିମାନୀ ଓଡ଼ିଆ ଦେଲେ ବୋଲି ସେ କହିଛନ୍ତି।

ଦେବାଶିଷଙ୍କ ଇସ୍ତଫା ପ୍ରସଙ୍ଗରେ ବରିଷ୍ଠ ବିଜେଡି ନେତ୍ରୀ ତଥା ମନ୍ତ୍ରୀ ପ୍ରମୀଳା ମଲ୍ଲିକ ବର୍ଷିଛନ୍ତି। ସେ କହିଛନ୍ତି, ‘କିଛି ନେତା ଅଛନ୍ତି ସ୍ୱାର୍ଥରେ ବାଧା ଆସିଲେ ଦଳ ଛାଡ଼ନ୍ତି।’ ସେ ଆହୁରି କହିଛନ୍ତି, ‘ଯେତେ ସ୍ୱାର୍ଥପର ଲୋକ ଅଛନ୍ତି ଦଳରୁ ପଳେଇଲେ ଭଲ।’ ଦେବାଶିଷଙ୍କୁ ଟାର୍ଗେଟ କରି ସେ ଆହୁରି ପଚାରିଛନ୍ତି ଯେ, ‘ଦଳ କ୍ଷମତାରେ ଥିଲାବେଳେ କାହିଁକି କିଛି କହୁନଥିଲେ?’

error: Content is protected !!