ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜେଲରେ ହତ୍ୟା କରାଯାଇଥିବା ଦାବି ହୋଇଛି । ଦ ଆଫଗାନ୍ ଟାଇମସ ନାମକ ଟ୍ୱିଟ୍ ହ୍ୟାଣ୍ଡେଲରେ ଏଭଳି ଦାବି କରାଯାଇଛି । ଏହା ଅନୁସାରେ ୧୭ ଦିନ ତଳେ ଇମ୍ରାନଙ୍କର ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା । ଏହା ହତ୍ୟା ବୋଲି ସନ୍ଦେହ କରାଯାଉଛି ।
ଏଣେ ଇମ୍ରାନଙ୍କ ଦଳ ତହରିକ-ଏ-ଇନସାଫର ସଦସ୍ୟ ଜେଲ ଆଗରେ ରୁଣ୍ଡ ହୋଇଥିବା ଖବର ମଧ୍ୟ ଆସୁଛି ।
ସେମାନେ ନିଜ ନେତାଙ୍କୁ ଭେଟିବାକୁ ଚାହୁଁଛନ୍ତି । ହତ୍ୟ ଖବର ବ୍ୟାପିବା ପରେ ଦଳର କର୍ମୀ ଜେଲ ଆଗରେ ରୁଣ୍ଡ ହୋଇ ଜେଲ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ।
ଆଫଗାନ ଟାଇମ୍ସର ପୋଷ୍ଟରେ କ’ଣ ଲେଖାଯାଇଛି ?
ଆଫଗାନ ଟାଇମ୍ସ ତାହାର ପୋଷ୍ଟରେ ଲେଖିଛି ଯେ, “ପାକିସ୍ତାନରୁ ଏକ ବିଶ୍ୱାସଯୋଗ୍ୟ ସ୍ରୋତ ଆଫଗାନିଷ୍ଠାନ୍ ଟାଇମ୍ସକୁ ନିଶ୍ଚିତ କରିଛି ଯେ ପିଟିଆଇ ଚେୟାଇରମାନ୍ ଇମରାନ୍ ଖାନଙ୍କୁ ରହସ୍ୟମୟ ଭାବେ ହତ୍ୟା କରାଯାଇଛି ଏବଂ ତାଙ୍କର ମୃତଦେହକୁ ଜେଲରୁ ବାହାର ପଠାଇଦିଆଯାଇଛି।”
ତେବେ ପାକିସ୍ତାନ ସରକାରଙ୍କଠାରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏହା ସହିତ ପାକିସ୍ତାନର ଅନ୍ୟ ଜଣାଶୁଣା ଗଣମାଧ୍ୟମ ଡନ୍, କିମ୍ବା ଆଲ୍ ଜଜୀରା ମଧ୍ୟ ଏନେଇ କୌଣସି ସୂଚନା ଦେଇ ନାହାନ୍ତି । ସୂଚନାଯୋଗ୍ୟ ଯେ,ପୂର୍ବରୁ ଅନେକ ଥର ଇମ୍ରାନଙ୍କ ମୃତ୍ୟୁକୁ ନେଇ ଏଭଳି ଗୁଜବ ସାମ୍ନାକୁ ଆସିଛି ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |