କରୋନା ସାରା ବିଶ୍ବରେ ବର୍ତ୍ତମାନ ତାଣ୍ଡବ ରଚୁଛି । ବଡ ବଡ ବିକଶିତ ଦେଶ ମଧ୍ୟ ଏହାର ପ୍ରକୋପରୁ ବଞ୍ଚି ପାରୁ ନାହାଁନ୍ତି । ଦିନକୁ ହଜାର ହଜାର ଲୋକ ଏହି ରୋଗରେ ପ୍ରାଣ ହରାଉଛନ୍ତି । ଭାରତରେ ମଧ୍ୟ ଏହାର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି ଓ ବର୍ତ୍ତମାନ ଭାରତରେ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୧୮ ରେ ପହଞ୍ଚିଛି । ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଥିବା ବେଳେ କାଲି ଆଉ ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କର ରକ୍ତ ନମୁନା ପଜିଟିଭ ଆସିଛି ।
ଓଡିଶାରେ ଏ ପର୍ଯ୍ୟନ୍ତ ୯୦୦ ଟି ନମୁନା ପରୀକ୍ଷା ହୋଇଥିବାବେଳେ ଏହା ୫ମ ପଜିଟିଭ ରିପୋର୍ଟ ଅଟେ । ସୂଚନାରୁ ଜଣା ପଡିଛି କି ସେ ବିଭିନ୍ନ ରୋଗରେ ପୀଡିତ ଅଟନ୍ତି ।
କିନ୍ତୁ ଅନ୍ୟପଟେ ୟୁକେ ରୁ ଫେରିଥିବା ରାଜ୍ୟର ଦ୍ଵିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୧୯ ତାରିଖରେ ତାଙ୍କର ରକ୍ତ ନମୁନା ପଜିଟିଭ ଆସିଲା ପରେ ସେ ଏମ୍ସ ରେ ଚିକିଶ୍ଚିତ ହେଉଥିଲେ । ଦୁଇ ସପ୍ତାହ ଚିକିଶ୍ଚିତ ହେବା ପରେ କାଲି ତାଙ୍କର ରକ୍ତ ନମୁନା ନେଗେଟିଭ ଆସିଛି । ସେ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ନିଜ ନାମ ପଞ୍ଜୀକୃତ କରି ୧୮ ତାରିଖରେ ଓଡିଶା ଫେରିଥିଲେ ଓ ୧୯ ତାରିଖରେ ତାଙ୍କର ରକ୍ତ ନମୁନା ପଜିଟିଭ ଆସିଥିଲା । ସେ ସୁସ୍ଥ ହୋଇଯିବା ପରେ ଏବେ ରାଜ୍ୟରେ କରୋନା ଆକ୍ଟିଭ ମାମଲା ୪ ରହିଛି ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |