ଭୁବନେଶ୍ୱର : ବିଧାନସଭାରେ ଆଜି ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଥାବାର୍ତ୍ତା । ବେଶ ସୌହାର୍ଦ୍ଦପୂର୍ଣ୍ଣ ଭାବରେ ଉଭୟଙ୍କୁ ମନଖୋଲା କଥାବାର୍ତ୍ତା ହେଉଥିବା ଦେଖାଯାଇଥିଲା। ମନ୍ତ୍ରୀ ଥିବା ବେଳେ ବସିଥିବା ଚାମ୍ବରକୁ ଯାଇ ପୁରୁଣା କଥା ରୋମନ୍ଥନ କରିଥିଲେ।
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଅଲଚିକି ଭାଷାର ଉତଥାନ, ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ନାଁରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କାର୍ଯ୍ୟ ହୋଇଥିଲା। ପ୍ରାୟ ୮୦ ପ୍ରତିଶତ ସମୟ ନବୀନଙ୍କ ସହ ଆଲୋଚନା କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
