ପୁରୀ : ୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ । ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରୁ ବ୍ରାଉନ ସୁଗର ଜବତ ହୋଇଛି । ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଅବଦୁଲ କରିମ ପିପିଲି ଥାନା ଅନ୍ତର୍ଗତ ଦାନଗୋହିରି ଗ୍ରାମର। ଅଭିଯୁକ୍ତ ଠାରୁ ପୋଲିସ ନଗଦ ୯ ହଜାର ୫୦୦ ଶହ ଟଙ୍କା ଜବତ କରିଛି। ଦାନଗୋହିରି ଗାଁରେ ସେ ନିଜ ଘରେ ବ୍ରାଉନ ସୁଗାର ବିକ୍ରି କରୁଥିବା ପୋଲିସ ପାଖରେ ବିଶେଷ ସୂତ୍ରରୁ ଖବର ପହଞ୍ଚିଥିଲା।
ପିପିଲି ଥାନା ପୋଲିସ ଚଢ଼ଉ କରି ବ୍ରାଉନ ସୁଗର ଜବତ କରିବା ସହ ଅବଦୁଲ କରିମକୁ ଗିରଫ କରିଥିଲା। ନିଶା ମାଫିଆଙ୍କୁ ଧରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଅପରେସନ ଚକ୍ର ଅଭିଯାନ ଜାରି ରହିଛି। ଆଗକୁ ପୁରୀ ପୋଲିସର ଏହି ସ୍ବତନ୍ତ୍ର ଅଭିଯାନ ଜାରି ରହିବ ବୋଲି ଏସ୍ ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |