January 26, 2026

Now Odisha

Now Odisha

ଅନ୍ୟ ଜାତିର ଝିଅକୁ ବାହା ହୋଇ ଅତିରିକ୍ତ ତହସିଲଦାରଙ୍କ ପରିବାର ବାସନ୍ଦ, ଛତ୍ରପୁର ଥାନାର ଦ୍ବାରସ୍ଥ ହେଲେ ପରିବାର

Spread the love

ଛତ୍ରପୁର : ଅନେକ ସମୟରେ ସାଧାରଣ ଲୋକ ଜାତିରୁ ବାସନ୍ଦ ନିର୍ଯାତନା ସହିଥାନ୍ତି । ଜଣେ ଅତିରିକ୍ତ ତହସିଲଦାରଙ୍କ ପରିବାର ମଧ୍ୟ ଏଥିରୁ ବାଦ ପଡ଼ିନି । ଗଞ୍ଜାମ ଜିଲ୍ଲା ଆସିକା ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ପରିବାରକୁ କୁଳରୁ ବାସନ୍ଦ କରାଯାଇଥିବା ନେଇ ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି । ତାଙ୍କ ପରିବାର ପକ୍ଷରୁ ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ କରାଯାଇଛି ।

ସୌଦାଗର ବେହେରାଙ୍କ ଘର ଛତ୍ରପୁର ଥାନା ଅଧୀନ ମୁନିଷିପେଣ୍ଠ ଗାଁରେ । ସେ ଅନ୍ୟ ଜାତିର ଝିଅକୁ ବିବାହ କରିଥିବାରୁ କୈବର୍ତ୍ତ ସମାଜ ପକ୍ଷରୁ ତାଙ୍କ ପରିବାରକୁ କୁଳରୁ ବାସନ୍ଦ କରାଯାଇଛି । ଏନେଇ ସୌଦାଗରଙ୍କ ବାପା ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କୁଳରୁ ବାସନ୍ଦ କରାଯାଇ ନଥିବା କୈବର୍ତ୍ତ ସମାଜ ପକ୍ଷରୁ କୁହାଯାଇଛି । ଉଭୟ ପକ୍ଷଙ୍କ ସହ ଥାନା ପକ୍ଷରୁ ଆଲୋଚନା କରାଯାଇଥିଲେ ମଧ୍ୟ ସମାଧାନର ବାଟ ଫିଟିନି ।

error: Content is protected !!