ଛତ୍ରପୁର : ଅନେକ ସମୟରେ ସାଧାରଣ ଲୋକ ଜାତିରୁ ବାସନ୍ଦ ନିର୍ଯାତନା ସହିଥାନ୍ତି । ଜଣେ ଅତିରିକ୍ତ ତହସିଲଦାରଙ୍କ ପରିବାର ମଧ୍ୟ ଏଥିରୁ ବାଦ ପଡ଼ିନି । ଗଞ୍ଜାମ ଜିଲ୍ଲା ଆସିକା ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ପରିବାରକୁ କୁଳରୁ ବାସନ୍ଦ କରାଯାଇଥିବା ନେଇ ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି । ତାଙ୍କ ପରିବାର ପକ୍ଷରୁ ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ କରାଯାଇଛି ।
ସୌଦାଗର ବେହେରାଙ୍କ ଘର ଛତ୍ରପୁର ଥାନା ଅଧୀନ ମୁନିଷିପେଣ୍ଠ ଗାଁରେ । ସେ ଅନ୍ୟ ଜାତିର ଝିଅକୁ ବିବାହ କରିଥିବାରୁ କୈବର୍ତ୍ତ ସମାଜ ପକ୍ଷରୁ ତାଙ୍କ ପରିବାରକୁ କୁଳରୁ ବାସନ୍ଦ କରାଯାଇଛି । ଏନେଇ ସୌଦାଗରଙ୍କ ବାପା ଛତ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କୁଳରୁ ବାସନ୍ଦ କରାଯାଇ ନଥିବା କୈବର୍ତ୍ତ ସମାଜ ପକ୍ଷରୁ କୁହାଯାଇଛି । ଉଭୟ ପକ୍ଷଙ୍କ ସହ ଥାନା ପକ୍ଷରୁ ଆଲୋଚନା କରାଯାଇଥିଲେ ମଧ୍ୟ ସମାଧାନର ବାଟ ଫିଟିନି ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |