January 26, 2026

Now Odisha

Now Odisha

ରାଜଗାଙ୍ଗପୁରରେ ଡକାୟତି ଉଦ୍ୟମ ବିଫଳ, ୫ ଅଭିଯୁକ୍ତ ଗିରଫ |

Spread the love

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୁଲିସ ଗୁରୁବାର-ଶୁକ୍ରବାର ମଧ୍ୟରାତ୍ରିରେ ଏକ ବଡ଼ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି। ପୁଲିସ ଟିମ୍ ଡକାୟତମାନଙ୍କର ଆଡ୍ଡା ଉପରେ ଅତର୍କିତ ଚଢ଼ଉ କରି ଯୋଜନା ବିଫଳ କରିଛି। ଏଥି ସହିତ ପୁଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୁଲିସ କହିଛି ଯେ, ଡକାୟତମାନେ ଗୁରୁବାର-ଶୁକ୍ରବାର ରାତିରେ ରାନୀବନ୍ଧ ନିକଟରେ ଏକତ୍ରିତ ହୋଇଥିଲେ।

ସେମାନେ ଏକ ବଡ଼ଧରଣର ଡକାତି ପାଇଁ ଆଲୋଚନା କରୁଥିଲେ। ଏହି ସମୟରେ ଡକାୟତି ନେଇ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ଦୃଢ଼ ଗୁପ୍ତ ସୂଚନା ଆଧାରରେ ପୁଲିସ ଟିମ୍ ରାନୀବନ୍ଧ ହକି ଗ୍ରାଉଣ୍ଡ ପାଖରେ (ପେଟ୍ରୋଲ ପମ୍ପ ନିକଟ) ଆକସ୍ମିକ ଚଢ଼ାଉ କରିଥିଲେ। ସେଥିରେ ଡକାତି ପାଇଁ ମାରାତ୍ମକ ଅସ୍ତ୍ର ସହିତ ଜମା ହୋଇଥିବା ପାଞ୍ଚଜଣଙ୍କୁ ପୁଲିସ ଗିରଫ କରିଛନ୍ତି।ଚଢ଼ାଉ ଅଭିଯାନ ସମୟରେ ଜଣେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଛୁରିରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ପୁଲିସଙ୍କ ସତର୍କତାରେ ସେହି ଆକ୍ରମଣ ବିଫଳ ହୋଇଯାଇଥିଲା। ପରେ ସମସ୍ତ ଅଭିଯୁକ୍ତଙ୍କୁ କଣ୍ଟ୍ରୋଲ କରି ପୁଲିସ ଗିରଫ କରିଥିଲା। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ଦେଶୀ ବନ୍ଧୁକ, ଗୋଟିଏ ତଲୱାର, ଗୋଟିଏ ଲୁହା ରଡ୍, ଗୋଟିଏ ଛୁରି, ମୋବାଇଲ ଫୋନ୍ ୫ଟି, ନଗଦ ୭,୬୪୦, ମାସ୍କ ୫ଟି, ସ୍କୁଟି ୧ ଗୋଟିଏ ଜବତ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

error: Content is protected !!