ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ପୁଲିସକୁ ମିଳିଛି ବିପୁଳ ପରିମାଣରେ ବିସ୍ପୋରକ ସାମଗ୍ରୀ। ଲାଇସେନ୍ସ ନଥିଲେ ମଧ୍ୟ ବେଆଇନ୍ ଭାବେ ବିସ୍ଫୋରଣ ନେବା ଅଭିଯୋଗରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଚନ୍ଦ୍ରକିଶୋର ନାଏକ ଏବଂ ନଦାବସା ଜସେଇ ମାରାଣ୍ଡି।
ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚଢ଼େଇପାହାଡି ପଟୁ ଏକ ବାଇକ୍ ଓଆର୦୯-ଜେ-୯୧୩୨ ଯୋଗେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ନେଇ ଆସୁଥିବାର ଖବର ପାଇଥିଲା।
ପୁଲିସ ଗୋରୁମହିଷାଣୀ ଥାନା ଅଧିକାରୀ ଜଗନ୍ନାଥ ମୁଣ୍ଡା ନେତୃତ୍ୟରେ ଏକ ଟିମ୍ ବାଇକ୍କୁ ପିଛା କରିବା ସହିତ ମାର୍ଚ୍ଚାଗୋଡା ଗ୍ରାମସ୍ଥ ଦିୱାନା ଛୋକରେ ଧରି ଥିଲା। ବିସ୍ପୋରକ ସାମଗ୍ରୀ ସବୁ ଜବତ୍ କରିଥିଲେ।ଗତ ରାତ୍ରିରେ ତିରିଂ ଥାନା କୁଲଡ଼ିହା ଗ୍ରାମର ଚନ୍ଦ୍ରକିଶୋର ନାଏକ ଏବଂ ନଦାବସା ଗ୍ରାମର ଜସେଇ ମାରାଣ୍ଡି ବାଇକ୍ ଯୋଗେ ସନ୍ଦିଗ୍ଧ ଜିନିଷ ନେଇ ଯାଉଥିବା ଖବର ପାଇ ଗୋରୁମହିଷାଣୀ ଥାନା ଅଧିକାରୀ ଜଗନ୍ନାଥ ମୁଣ୍ଡା ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲେ ଏବଂ ସମସ୍ତ ବିସ୍ଫୋରକ ଦେଖିବା ସହିତ ବିସ୍ପୋରକ ସାମଗ୍ରୀକୁ ଜବତ କରିଥିଲେ। ଏନେଇ ଗୋରୁମହିଷାଣୀ ଥାନାରେ ଏକ ମାମଲା ରୁଜୁ ହେବା ସହିତ ଥାନା ଅଧିକାରୀ ଶ୍ରୀ ମୁଣ୍ଡା ତଦନ୍ତ ଜାରି ରଖିଛନ୍ତି। ତେବେ ଉକ୍ତ ବିସ୍ଫୋରକ କେଉଁ କାର୍ଯ୍ୟରେ ବ୍ୟବହୃତ ତାହା ସ୍ପଷ୍ଟ ଜଣା ପଡ଼ିନାହିଁ। ତେବେ ଉକ୍ତ ବେଆଇନ୍ କାର୍ଯ୍ୟରେ ବହୁ ଅଭିଯୁକ୍ତ ସାମିଲ ଥିବା ସନ୍ଦେହ କରାଯାଉଛି।

More Stories
କିସ ଛାତ୍ରଙ୍କ ମୃତ୍ୟୁ ଘଟଣା; ତଣ୍ଟି ଚିପି ହତ୍ୟା କରିଛନ୍ତି ୩ ସାଙ୍ଗ
ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…
ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ