ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ପୁଲିସକୁ ମିଳିଛି ବିପୁଳ ପରିମାଣରେ ବିସ୍ପୋରକ ସାମଗ୍ରୀ। ଲାଇସେନ୍ସ ନଥିଲେ ମଧ୍ୟ ବେଆଇନ୍ ଭାବେ ବିସ୍ଫୋରଣ ନେବା ଅଭିଯୋଗରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଚନ୍ଦ୍ରକିଶୋର ନାଏକ ଏବଂ ନଦାବସା ଜସେଇ ମାରାଣ୍ଡି।
ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚଢ଼େଇପାହାଡି ପଟୁ ଏକ ବାଇକ୍ ଓଆର୦୯-ଜେ-୯୧୩୨ ଯୋଗେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ନେଇ ଆସୁଥିବାର ଖବର ପାଇଥିଲା।
ପୁଲିସ ଗୋରୁମହିଷାଣୀ ଥାନା ଅଧିକାରୀ ଜଗନ୍ନାଥ ମୁଣ୍ଡା ନେତୃତ୍ୟରେ ଏକ ଟିମ୍ ବାଇକ୍କୁ ପିଛା କରିବା ସହିତ ମାର୍ଚ୍ଚାଗୋଡା ଗ୍ରାମସ୍ଥ ଦିୱାନା ଛୋକରେ ଧରି ଥିଲା। ବିସ୍ପୋରକ ସାମଗ୍ରୀ ସବୁ ଜବତ୍ କରିଥିଲେ।ଗତ ରାତ୍ରିରେ ତିରିଂ ଥାନା କୁଲଡ଼ିହା ଗ୍ରାମର ଚନ୍ଦ୍ରକିଶୋର ନାଏକ ଏବଂ ନଦାବସା ଗ୍ରାମର ଜସେଇ ମାରାଣ୍ଡି ବାଇକ୍ ଯୋଗେ ସନ୍ଦିଗ୍ଧ ଜିନିଷ ନେଇ ଯାଉଥିବା ଖବର ପାଇ ଗୋରୁମହିଷାଣୀ ଥାନା ଅଧିକାରୀ ଜଗନ୍ନାଥ ମୁଣ୍ଡା ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲେ ଏବଂ ସମସ୍ତ ବିସ୍ଫୋରକ ଦେଖିବା ସହିତ ବିସ୍ପୋରକ ସାମଗ୍ରୀକୁ ଜବତ କରିଥିଲେ। ଏନେଇ ଗୋରୁମହିଷାଣୀ ଥାନାରେ ଏକ ମାମଲା ରୁଜୁ ହେବା ସହିତ ଥାନା ଅଧିକାରୀ ଶ୍ରୀ ମୁଣ୍ଡା ତଦନ୍ତ ଜାରି ରଖିଛନ୍ତି। ତେବେ ଉକ୍ତ ବିସ୍ଫୋରକ କେଉଁ କାର୍ଯ୍ୟରେ ବ୍ୟବହୃତ ତାହା ସ୍ପଷ୍ଟ ଜଣା ପଡ଼ିନାହିଁ। ତେବେ ଉକ୍ତ ବେଆଇନ୍ କାର୍ଯ୍ୟରେ ବହୁ ଅଭିଯୁକ୍ତ ସାମିଲ ଥିବା ସନ୍ଦେହ କରାଯାଉଛି।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |