ବିଶ୍ରା: ନକ୍ସଲ ବିରୋଧୀ ଅଭିଯାନରେ ଝାଡ଼ଖଣ୍ଡର ଲୋହାରଦାଗା ପୁଲିସ ଜଣେ ମାଓବାଦୀକୁ ଗିରଫ କରିଛି। ସେ ହେଉଛି ଭାକପା ମାଓବାଦୀ ସଙ୍ଗଠନର ଆଞ୍ଚଳିକ କମାଣ୍ଡର ତଥା ମୁଣ୍ଡ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ଥିବା ରବୀନ୍ଦ୍ର ଗଞ୍ଜୁ ଦଳର ସଦସ୍ୟ ରାଜା ହେମନ୍ତ ଅସୁର ଓରଫ୍ ରାଜନ।
ମୁଣ୍ଡ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର
ରାଜା ହେମନ୍ତ ମୁଣ୍ଡ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ରହିଛି।
ତାଙ୍କ ପାଖରୁ ଏକ ଦେଶୀବନ୍ଧୁକ ଓ ୧୦ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ରାଜା ହେମନ୍ତ ଲୋହାରଦାଗା ଅଞ୍ଚଳରେ ଘୂରି ବୁଲୁଥିବା ଗୁପ୍ତ ସୂଚନା ଆଧାରରେ ପୁଲିସ ଅଭିଯାନ ଆରମ୍ଭ କରିଥିଲା।ଏସ୍ଡିପିଓ ବେଦାନ୍ତ ଶଙ୍କର, ଇନ୍ସପେକ୍ଟର ମନୀଷ କୁମାର ଚୌବେ, ଅଜିତ କୁମାରଙ୍କ ନେତୃତ୍ୱରେ ବିଶେଷଦଳ ଏହି ଅଭିଯାନରେ ସାମିଲ ହୋଇଥିଲେ। ସନ୍ଦେହଜନକ ଜଣେ ବ୍ୟକ୍ତିକୁ ଅଟକାଇ ପଚାରିବାରୁ କରିବାରୁ ସେ ନିଜ ନାମ ରଞ୍ଜିତ ବୋଲି କହିଥିଲା।
ମାତ୍ର ତଲାସିରେ ତାଙ୍କ ପାଖରୁ ଦେଶୀବନ୍ଧୁକ ଓ ଗୁଳି ମିଳିବା ପରେ ସେ ନିଜକୁ ହେମନ୍ତ ରାଜା ଅସୁର ବୋଲି ମାନିଥିଲା। କୁଡୁ ଥାନାରେ ଏକ ମାମଲା ରୁଜୁ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ରାଜା ହେମନ୍ତ ବିରୋଧରେ ୨୦ରୁ ଅଧିକ ଗୁରୁତର ମାମଲା ରହିଥିବା ଜଣାପଡ଼ିଛି।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |