ଜିଲ୍ଲା ଏମ୍ଭି-୭୯ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଲଲିପପ୍ ଦେଇ ୩ ଶିଶୁଙ୍କୁ ଘରେ ଦୁଷ୍କର୍ମ ପରେ ଜଙ୍ଗଲରେ ଲୁଚି ରହିଥିବା ଅଭିଯୁକ୍ତ ନରେନ ରାୟ (୪୭)କୁ ପୁଲିସ ଅଟକ ରଖିଛି। ଏହି ଘଟଣା ପରେ ପୀଡ଼ିତାଙ୍କ ପରିବାର ଓ ଗ୍ରାମବାସୀ ତାତିଛନ୍ତି। ଅଭିଯୁକ୍ତକୁ ଫାଶୀଦଣ୍ଡ ଦେବାକୁ ଦାବି କରିଛନ୍ତି। ରବିବାର ଅପରାହ୍ଣରେ ବାହାରେ ଖେଳୁଥିବା ୩ ଶିଶୁଙ୍କୁ ଲଲିପପ୍ ଓ ଚିପ୍ସ ଦେଇ ନିଜ ଘରକୁ ଡାକିଥିଲା ଅଭିଯୁକ୍ତ ନରେନ।
ଘରେ କେହି ନଥିବା ବେଳେ ଝାଡ଼ୁ କରିବାକୁ ପ୍ରଥମେ ଶିଶୁଙ୍କୁ କହିଥିଲା। ଶିଶୁମାନେ ଘର ଭିତରକୁ ଯିବାପରେ ଭିତର ପଟୁ କବାଟ ବନ୍ଦ କରିଦେଇଥିଲା। ଅପରାହ୍ଣ ୪ଟାରୁ ୬ଟା ପର୍ଯ୍ୟନ୍ତ ୩ ଶିଶୁଙ୍କ ସହ ପାଶବିକ ଅତ୍ୟାଚାର କରିଥିଲା।ଶିଶୁମାନେ ଚିତ୍କାର କରିଥିଲେ ସୁଦ୍ଧା ଆଖପାଖରେ କୌଣସି ଘର ନ ଥିବାରୁ କେହି କିଛି ଜାଣିପାରି ନଥିଲେ। ସନ୍ଧ୍ୟାରେ ଛାଡ଼ିବା ପୂର୍ବରୁ କାହାକୁ କିଛି ନ କହିବା ପାଇଁ ନରେନ ଧମକ ଦେଇଥିଲା। ଭୟଭୀତ ଅବସ୍ଥାରେ ଥିବା ଶିଶୁମାନେ ଚୁପ୍ ରହିଥିଲେ। ତେବେ ସୋମବାର ଜଣେ ଶିଶୁ ପରିସ୍ରା କରିବା ସମୟରେ କଷ୍ଟ ଅନୁଭବ କରିବାରୁ ଘଟଣା ସଂପର୍କରେ ଜଣାପଡ଼ିଥିଲା। ତୁରନ୍ତ ୩ ଶିଶୁଙ୍କ ପରିବାର ଏମ୍ଭି-୭୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ଦାଣ୍ଡି ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ପୁଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ନରେନ ଫେରାର ହୋଇଯାଇଥିଲା। ଆଜି ମଧ୍ୟାହ୍ନରେ ଏମ୍ଭି-୧୨୬ ଜଙ୍ଗଲରେ ଅଭିଯୁକ୍ତକୁ ଠାବ କରିଥିଲା ପୁଲିସ। ଅଭିଯୁକ୍ତ ନରେନ ଆନ୍ଧ୍ରର ଜଣେ ଠିକାଦାରଙ୍କ ନିକଟରେ କାମ କରୁଥିବାବେଳେ ତାର ପରିବାର ଆନ୍ଧ୍ରରେ ରହୁଛନ୍ତି। କିଛି ଦିନ ତଳେ ଅଭିଯୁକ୍ତ ଗାଁକୁ ଫେରି ଘରେ ଏକୁଟିଆ ରହୁଥିଲା ବୋଲି ଜଣାପଡ଼ିଛି। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି।

More Stories
ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ |
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଝାରସୁଗୁଡ଼ା ଜମି ଦୁର୍ନୀତି କାଣ୍ଡ: ଡିଏସଆରଙ୍କ ଭୂମିକାକୁ ନେଇ ବଢ଼ୁଛି ସନ୍ଦେହ, ବିସ୍ତୃତ ତଦନ୍ତ ଆରମ୍ଭ |