ଭୁବନେଶ୍ବର: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ସ୍ବାଭାବି ଚାଲିଛି ଗୃହ କାର୍ୟ୍ୟ। ଆଜି ଗୃହରେ ମହିଳା ଓ ଶିଶୁ ବିକାଶ ବିଭାଗ ସଂପର୍କରେ ଆଲୋଚନା ଚାଲିଛି। ବିଧାନସଭାରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଓଡ଼ିଶାରେ ୨୦,୧୫୦ ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ।
ଏବେ ୭୩୮୯ଟି ଅଙ୍ଗନବାଡ଼ିର ଗୃହନିର୍ମାଣ ଚାଲିଛି। ଏଣେ ୩୮୯୦ ଅଙ୍ଗନବାଡ଼ି ଭଡ଼ା ଘରେ ଚାଲିଛି। ୧୮-୦୨ -୨୦୨୫ରେ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଜାରି ପତ୍ର ଅନୁଯାୟୀ, ଏଥିଲାଗି ୩୨ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଣୁ ଏନେଇ କେହି ବିଧାୟକ ଚିନ୍ତିତ ହେବାର ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!