ବଢିଲା ଶୁଭଙ୍କର ମିଶ୍ରଙ୍କ ବିବାଦ । ଶୁଭଙ୍କର ମିଶ୍ରଙ୍କ ବିରୁଦ୍ଧରେ ଏତଲା । ସାମାଜିକ ଗଣମାଧ୍ୟମ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ରଙ୍କ ବିରୁଦ୍ଧରେ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦେଇଛନ୍ତି ବରିଷ୍ଠ ସେବାୟତ ଗୌରହରି ପ୍ରଧାନ । ଗତ କିଛି ଦିନ ଧରି ଶୁଭଙ୍କର ତାଙ୍କ ସାମାଜିକ ଗଣମାଧ୍ୟମରେ ଶ୍ରୀମନ୍ଦିର ସଙ୍କ୍ରାନ୍ତୀୟ ଏକ ଭିଡିଓ ପୋଷ୍ଟ କରିଥିଲେ । ଯାହାକୁ ନେଇ ବିବାଦଦେଖା ଯାଇଥିଲା । ଶ୍ରୀମନ୍ଦିର କୁ କେହି ପ୍ରେମୀଯୁଗଳ ଗଲେ ତାଙ୍କର ବିବାହ ହୋଇ ପାରିବ ନାହିଁ କହିଥିଲେ ଶୁଭଙ୍କର । ଏହାକୁ ବ୍ୟାଖ୍ୟା କରି , ରାଧାରାଣୀଙ୍କ ଅଭିଶାପ ଯୋଗୁଁ ଏପରି ହେଉଥିବା କହିଥିଲେ ଶୁଭଙ୍କର । ଯାହାକୁ ନେଇ ଗତ କିଛିଦିନ ହେବ ବିବାଦ ଘେରରେ ଅଛନ୍ତି ଶୁଭଙ୍କର । ଏତଲା ପରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରିବ ବୋଲି କହିଛନ୍ତି ପୁରୀ ଏସପି ପିନାକ ମିଶ୍ର । ତଦନ୍ତରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହେବ ବୋଲି ମଧ୍ୟ କହିଛନ୍ତି ପୁରୀ ଏସପି ।

More Stories
ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ
ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ
ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ…