ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ କ୍ରିକେଟ ଷ୍ଟାଡିୟମରେ ବହୂ ପ୍ରତୀକ୍ଷିତ ଟି୨୦ ମ୍ୟାଚ ଖେଳାଯିବ । ଏଥିନେଇ ଓସିଏ ପକ୍ଷରୁ ବିଧିବଦ୍ଧ ସୂଚନା ପ୍ରଦାନ କରାଯାଇଛି । ଡିସେମ୍ବର ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ । ମୋଟ ୨୩୦୦୦ ଟିକେଟ ବିକ୍ରି କରାଯିବ । ଅନଲାଇନରେ ଜୋମାଟୋ ମାଧ୍ୟମରେ ୨୦୦୦ ଟିକେଟ ବିକ୍ରି ହେବ ।
ଗ୍ୟାଲେରୀ ୧ ଓ ୩ର ଟିକେଟ ମୂଲ୍ୟ ୧୧୦୦, ୨ ଓ ୪ର ମୂଲ୍ୟ ୯୦୦, ୫ ଓ ୭ର ମୂଲ୍ୟ ଯଥାକ୍ରମେ ୧୨୦୦ ଓ ୭୦୦ ଟଙ୍କା ରଖାଯାଇଛି । ସ୍ପେଶିଆଲ ଏନକ୍ଲୋଜର ପାଇଁ ୬୦୦୦, ଏସି ବକ୍ସ ୮୦୦୦, ନିଉ ପ୍ୟାଭିଲିୟନ ୧୦୦୦୦ ଓ କର୍ପୋରେଟ ବକ୍ସର ମୂଲ୍ୟ ୨୦୦୦୦ ରଖ।।ଇଛି । ଅନଲାଇନ ଟିକେଟ ବିକ୍ରି ଡିସେମ୍ବର ୮ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଏବଂ ତା ପରଦିନ ସକାଳ ୯ରୁ ଅପରାହ୍ନ୧ଟା ପର୍ଯ୍ୟନ୍ତ କ୍ୟାମ୍ବ୍ରିଜ ସ୍କୁଲଠାରେ ରିଡିମ କରାଯାଇ ପାରିବ ।
ସାଧାରଣ ଲୋକଙ୍କ ପାଇଁ ବାରବାଟୀ କାଉଁଟରରେ ଡିସେମ୍ବର ୫ ସକାଳ ୯ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଫଲାଇନ ଟିକେଟ ବିକ୍ରି ହେବ । ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ କିଣିପାରିବ । ସେହିପରି ଖେଳାଳିଙ୍କ ଅଭ୍ୟାସ ଦେଖିବା ପାଇଁ ଗ୍ୟାଲେରୀ ନଂ ୬ ଓ ୭ ସାଧାରଣ ଜନତାଙ୍କ ପାଇଁ ଖୋଲାଯିବ । ଡିସେମ୍ବର ୭ରେ ଖେଳାଳିମାନେ ପଂହଚିବେ ଏବଂ ୧୦ରେ ଯିବେ । ଓସିଏ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ପଙ୍କଜ ଲୋଚନ ମହାନ୍ତି । ସେକ୍ରେଟାରୀ ସଞ୍ଜୟ ବେହେରା ଓ କୋଷାଧ୍ୟକ୍ଷ ବିକାଶ ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ସୂଚନା ପ୍ରଦାନ କରିଥିଲେ ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…