ନବରଙ୍ଗପୁର: ସଡ଼କ ସୁରକ୍ଷା ପାଇଁ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଶୂନ୍ ମୃତାହତ ପକ୍ଷ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡା. ମହେଶ୍ଵର ସ୍ପାଇଁ ଯୋଗଦେଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ନବରଂଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ମିଶନଶକ୍ତି ସଭାଗୃହ ପର୍ଯ୍ୟନ୍ତ ଯାଇଥିଲା।
ସଡ଼କ ଦୁର୍ଘଟଣାକୁ ରୋକିବା ଲାଗି ବେପରୁଆ ଗାଡ଼ିଚାଳକଙ୍କୁ ସଚେତନ କରିବା ଲାଗି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ସଚେତନତା ବାର୍ତ୍ତା ଓ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ପରିବହନ ଅଧିକାରୀ ଜିତେନ୍ଦ୍ର କୁମାର ଭୋଇ ପରିଚାଳନା କରିଥିଲେ। ଏହି ଅବସରରେ ଶୂନ୍ ମୃତାହତ ପକ୍ଷ ଅବସରରେ ବିଭାଗ ପକ୍ଷରୁ ଅମାନିଆ ଓ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ଦିଆଯାଇଛି।
୬୨ଟି ଲାଇସେନ୍ସ ରଦ୍ଦ
ଗତ ୨୭ ଦିନ ମଧ୍ୟରେ ୪୯୨ ବିନା ହେଲିମେଟ୍ ମାମଲାରେ ଇ-ଜରିମାନ ଆଦାୟ କରିବା ସହିତ ୬୨ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି। ଗାଡ଼ି ଚଲାଇ ମୋବାଇଲେ କଥାବାର୍ତ୍ତା ମାମଲାରେ ୩୦, ମଦ୍ୟପାନ କରି ଡ୍ରାଇଭିଂ ୩୨, ମାଲ ଗାଡିରେ ଯାତ୍ରୀ ପରିବହନ ୩୭ରୁ ୨୧ଟି ଏବଂ ୨୩ଟି ଓଭରଲୋଡିଂ, ୪ଜଣ ନାବାଳକ ଗାଡ଼ି ଚାଳନା, ୧୦ଟି ଫିଟନେସ୍ ରଦ୍ଧ କରାଯାଇଛି। ୭୬୧ଟି ଚାଲାଣ କଟାଯାଇ ୭୨ ଲକ୍ଷ ୫୩ ହଜାର ୩୪୦ ଟଙ୍କାର ଜରିମାନା ଆଦାୟ କରାଯାଇଥିବା ଜିଲ୍ଲା ପରିବହନ ବିଭାଗ ତରଫରୁ କୁହାଯାଇଛି।

More Stories
ଘଣ୍ଟପଡ଼ା ରେଳ ଓଭର ବ୍ରିଜର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ |