ନବରଙ୍ଗପୁର: ସଡ଼କ ସୁରକ୍ଷା ପାଇଁ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଶୂନ୍ ମୃତାହତ ପକ୍ଷ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡା. ମହେଶ୍ଵର ସ୍ପାଇଁ ଯୋଗଦେଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ନବରଂଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ମିଶନଶକ୍ତି ସଭାଗୃହ ପର୍ଯ୍ୟନ୍ତ ଯାଇଥିଲା।
ସଡ଼କ ଦୁର୍ଘଟଣାକୁ ରୋକିବା ଲାଗି ବେପରୁଆ ଗାଡ଼ିଚାଳକଙ୍କୁ ସଚେତନ କରିବା ଲାଗି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ସଚେତନତା ବାର୍ତ୍ତା ଓ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ପରିବହନ ଅଧିକାରୀ ଜିତେନ୍ଦ୍ର କୁମାର ଭୋଇ ପରିଚାଳନା କରିଥିଲେ। ଏହି ଅବସରରେ ଶୂନ୍ ମୃତାହତ ପକ୍ଷ ଅବସରରେ ବିଭାଗ ପକ୍ଷରୁ ଅମାନିଆ ଓ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ଦିଆଯାଇଛି।
୬୨ଟି ଲାଇସେନ୍ସ ରଦ୍ଦ
ଗତ ୨୭ ଦିନ ମଧ୍ୟରେ ୪୯୨ ବିନା ହେଲିମେଟ୍ ମାମଲାରେ ଇ-ଜରିମାନ ଆଦାୟ କରିବା ସହିତ ୬୨ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି। ଗାଡ଼ି ଚଲାଇ ମୋବାଇଲେ କଥାବାର୍ତ୍ତା ମାମଲାରେ ୩୦, ମଦ୍ୟପାନ କରି ଡ୍ରାଇଭିଂ ୩୨, ମାଲ ଗାଡିରେ ଯାତ୍ରୀ ପରିବହନ ୩୭ରୁ ୨୧ଟି ଏବଂ ୨୩ଟି ଓଭରଲୋଡିଂ, ୪ଜଣ ନାବାଳକ ଗାଡ଼ି ଚାଳନା, ୧୦ଟି ଫିଟନେସ୍ ରଦ୍ଧ କରାଯାଇଛି। ୭୬୧ଟି ଚାଲାଣ କଟାଯାଇ ୭୨ ଲକ୍ଷ ୫୩ ହଜାର ୩୪୦ ଟଙ୍କାର ଜରିମାନା ଆଦାୟ କରାଯାଇଥିବା ଜିଲ୍ଲା ପରିବହନ ବିଭାଗ ତରଫରୁ କୁହାଯାଇଛି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |