କେରଳର ସ୍ଥାନୀୟ ନିର୍ବାଚନରେ ମୁନ୍ନାରରୁ ସୋନିଆ ଗାନ୍ଧୀଙ୍କୁ ପ୍ରାର୍ଥୀ ଭାବେ ବିଜେପି ଆଶ୍ଚର୍ଯ୍ୟଜନକ ପରିସ୍ଥିତି ସୃଷ୍ଟି କରିଛି । ଏଲଡିଏଫ ଏବଂ ବିରୋଧୀ ଦଳ ୟୁଡିଏଫ ରାଜ୍ୟରେ ବିଜେପିର ଏହି ପଦକ୍ଷେପ କଂଗ୍ରେସକୁ ଏକ କଷ୍ଟକର ସ୍ଥିତିରେ ପକାଇଛି । ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ସୁଦର ରାଜଙ୍କ ଝିଅ ହେଉଛନ୍ତି ସୋନିଆ ।
ସୋନିଆଙ୍କ ବାପା ସୋନିଆ ଗାନ୍ଧୀଙ୍କର ଜଣେ ପ୍ରଶଂସକ ହୋଇଥିବାରୁ ତାଙ୍କ ଝିଅର ନାମ ଏମିତି ରଖିଛନ୍ତି । ଯିଏକି ଜଣେ ବିଜେପି କର୍ମୀ ଏବଂ ସୁଭାଷଙ୍କୁ ବିବାହ କରିଛନ୍ତି । ସୁଭାଷ ବିଜେପିର ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । କଂଗ୍ରେସକୁ ଭୁଆଁ ବୁଲାଇବା ପାଇଁ ବିଜେପି ଏହି ସୋନିଆ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଛି । ଯାହା କେରଳର ସ୍ଥାନୀୟ ନିର୍ବାଚନରେ ଏକ ବଡ଼ ଆଲୋଚନାର ବିଷୟ ପାଲଟିଛନ୍ତି ।
ସୋନିଆ ଗାନ୍ଧୀ ଲଢୁଛନ୍ତି କେରଳର ମୁନ୍ନାର ପଞ୍ଚାୟତ ନିର୍ବାଚନ । କେବଳ ଏତିକି ନୁହେଁ, ସେ ପୁଣି ବିଜେପିରୁ ପ୍ରାର୍ଥୀ । ସୋନିଆ ଗାନ୍ଧୀଙ୍କୁ ସ୍ଥାନୀୟ ନିର୍ବାଚନରେ ନଲ୍ଲଥନ୍ନୀ କଲ୍ଲାର (ୱାର୍ଡ ୧୬)ରୁ ବିଜେପି ପ୍ରାର୍ଥ କରିଛି । ସୋନିଆ ଗାନ୍ଧୀଙ୍କ ବୟସ ୩୪ ବର୍ଷ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନାଁ ରଖିଥିବା ଏହି ସୋନିଆଙ୍କ ରାଜନୀତି ବି ରୋଚକ । କଂଗ୍ରେସ ପରିବାରରେ ଜନ୍ମ, କିନ୍ତୁ ବିବାହ ବିଜେପି ପରିବାରରେ ।
ବିଜେପି ପ୍ରାର୍ଥୀ ସୋନିଆ ଗାନ୍ଧୀଙ୍କ ଜନ୍ମ ସ୍ଥାନୀୟ ଶ୍ରମିକ ତଥା କଂଗ୍ରେସ ନେତା ଦୁରେ ରାଜଙ୍କ ଘରେ ହୋଇଥିଲା । ଦୁରେ ରାଜ ନିଜ ଝିଅଙ୍କ ନାଁ ସୋନିଆ ଗାନ୍ଧୀଙ୍କ ନାଁ ଅନୁସାରେ ରଖିଥିଲେ । ସୋନିଆ ଗାନ୍ଧୀ ସେହି ସମୟରେ କଂଗ୍ରେସ ଅଧ୍ୟକ୍ଷ ଥିଲେ । ଏହି ନାଁକୁ ନେଇ ଅଞ୍ଚଳରେ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା ।
ବିବାହ ପରେ ସୋନିଆ ଗାନ୍ଧୀଙ୍କ ପାଇଁ ସ୍ଥିତି ବଦଳି ଯାଇଥିଲା । ମନୋରମା ରିପୋର୍ଟ ଅନୁସାରେ, ସୋନିଆଙ୍କ ସ୍ୱାମୀ ସୁଭାଷ ବିଜେପିର ପଞ୍ଚାୟତ ମହାସଚିବ ଅଛନ୍ତି ଓ ସେ ଅଲ୍ଡୋ ମୁନ୍ନାର ମୁଲକ୍କଡରୁ ଉପନିର୍ବାଚନ ମଧ୍ୟ ଲଢିଥିଲେ । ଏହା ପରେ ସୋନିଆ ଗାନ୍ଧୀ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ । ସୋନିଆ ଗାନ୍ଧୀ ପ୍ରଥମ ଥର ନିର୍ବାଚନ ଲଢୁଛନ୍ତି ଓ ଏହାକୁ ନେଇ ତାଙ୍କ ମନରେ ଜବରଦସ୍ତ ଉତ୍ସାହ ମଧ୍ୟ ରହିଛି । ତାଙ୍କ ସାମନାରେ କଂଗ୍ରେସର ମଞ୍ଜୁଳା ରମେଶ ଓ ସିପିଏମର ବଲରମତୀ ଅଛନ୍ତି । କେରଳରେ ପଞ୍ଚାୟତ ଓ ପୌର ନିର୍ବାଚନ ଡିସେମ୍ୱର ୯ ଓ ୧୧ରେ ଦୁଇଟି ପର୍ଯ୍ୟାୟରେ ହେବ । ଭୋଟ ଗଣତି ଡିସେମ୍ୱର ରେ ହେବ ।

More Stories
ରବୀନ୍ଦ୍ର ଜେନାଙ୍କ ବିଜେପି ଯୋଗଦାନରେ ମୋର ସହମତି ନଥିଲା : ପ୍ରତାପ ଷଡ଼ଙ୍ଗୀ
ପଶ୍ଚିମ ଏସିଆରେ ସାମ୍ପ୍ରତିକ ପରିସ୍ଥିତି : ପେଟ୍ରୋଲ–ଡିଜେଲ ପର୍ଯ୍ୟାପ୍ତ ଷ୍ଟକ୍ ରହିଛି, ଭୟଭୀତ ହୋଇ କ୍ରୟ ନକରିବାକୁ ସରକାରଙ୍କ ପରାମର୍ଶ |
ଗ୍ୟାସ ସଙ୍କଟ ଦେଖାଦେବା ପରେ କଟକ ପ୍ରଶାସନର ତତ୍ପରତା