ରାଉରକେଲା: ବିଭିନ୍ନ ରାଜ୍ୟରେ ସକ୍ରିୟ ଥିବା ଅନଲାଇନ୍ ଠକମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ବିକ୍ରୟ କରିବା ଅଭିଯୋଗରେ ରବିବାର ରାଉରକେଲା ପୋଲିସ ୪ ଜଣଙ୍କୁ ଗିରଫ କରିଛି।
ତେବେ ଅଭିଯୁକ୍ତଙ୍କ ମଧ୍ୟରେ ତିନି ଜଣ ବ୍ୟାଙ୍କ କର୍ମଚାରୀ ଥିବା ନେଇ ମଧ୍ୟ ସୂଚନା ମିଳିଛି। ସେମାନଙ୍କ ସ୍ମାର୍ଟ ଫୋନରୁ ୮ରୁ ୧୦ଟି ଏଟିଏମ୍ କାର୍ଡ, କିଛି ଡକ୍ୟୁମେଣ୍ଟ ଏବଂ ୧୦୦୦ରୁ ଅଧିକ ଆଧାର କାର୍ଡର ସ୍କାନ କପି ଜବତ କରାଯାଇଥିବା ନେଇ ରାଉରକେଲା ଏସପି ନିତେଶ ୱାଧୱାନୀ ସୂଚନା ଦେଇଛନ୍ତି।
ବର୍ତ୍ତମାନ ଏଥିରେ ୧୧୦୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଜଡ଼ିତ ଥିବା ନେଇ ଜଣାପଡ଼ିଛି। ଏକ ଗୁପ୍ତ ସୂଚନା ପାଇ ପୋଲିସ ସେମାନଙ୍କ ଉପରେ ଚଢ଼ାଉ କରିଥିବା ରିପୋର୍ଟରୁ ଜଣାପଡିଛି। ସହରର ଏକ ଗ୍ୟାଙ୍ଗ ଓ କିଛି ବ୍ୟାଙ୍କ ଅଧିକାରୀ ମିଳିତ ଭାବରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହ ବିକ୍ରୟ କରୁଥିଲେ।ଏହି ଗ୍ୟାଙ୍ଗ ଆଭ୍ୟନ୍ତରୀଣ ଅଞ୍ଚଳର ବେକାର ଯୁବକ ଏବଂ ବୟସ୍କ ଲୋକଙ୍କୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଟାର୍ଗେଟ କରୁଥିଲା। ପରେ ଆକାଉଣ୍ଟ ଗୁଡ଼ିକ ସକ୍ରିୟ ହେବା ପରେ ସେଗୁଡ଼ିକୁ ଅନ୍ୟ ରାଜ୍ୟର ବ୍ୟକ୍ତିବିଶେଷଙ୍କୁ ବିକ୍ରି କରାଯାଉଥିଲା ଓ ଅନଲାଇନ୍ ଠକେଇ ପାଇଁ ଏଗୁଡ଼ିକ ବ୍ୟବହାର କରାଯାଉଥିଲା।
ତେବେ ଗତ ୮ ସପ୍ତାହ ମଧ୍ୟରେ ରାଜ୍ୟ ବାହାରେ ୮୦୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ବିକ୍ରୟ କରାଯାଇଥିଲା। ସେଥିରୁ ସେମାନେ ୮,୦୦୦ରୁ ୧୦,୦୦୦ ଟଙ୍କା କମିଶନ ମଧ୍ୟ ପାଇଥିଲେ। ଏଥିସହିତ ଛୋଟ ବ୍ୟାଙ୍କର କର୍ମଚାରୀମାନେ ମଧ୍ୟ ପୋଲିସ ନଜରରେ ରହିଛନ୍ତି। ଏହି ମାମଲାରେ ଅଧିକ ତଦନ୍ତ କରାଯାଉଥିବା ନେଇ ମଧ୍ୟ ଏସପି କହିଛନ୍ତି।

More Stories
ଗାଧେଇବାକୁ ଯାଇ ପୋଖରୀରେବୁଡି ଯୁବକ ମୃତ
ଖୁବ୍ ଜୋରରେ ଝଡ଼ ବର୍ଷା ସମ୍ଭାବନା
ଗୁପଚୁପ୍ ଦେଲା ଦୁଃଖ ; ଚାଲିଗଲା ଛଅ ବର୍ଷର ଶିଶୁର ଜୀବନ, ୪୩ ରୁ ଅଧିକ ଅସୁସ୍ଥ