କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ପକ୍ଷରୁ ପୁଣି ଜୋର ଧରିଲା ଜବରଦଖଲ ଉଚ୍ଛେଦ ଅଭିଯାନ । ସହରରେ ଟ୍ରାଫିକ୍ ସମସ୍ୟାକୁ ସୁଧାରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ବେଳେ ବାଲିଗୁଡ଼ା ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ ଉଠା ବ୍ୟବସାୟୀ ବିଭିନ୍ନ ପସରା ପକାଇ ବ୍ୟବସାୟ କରୁଛନ୍ତି ।
ବାରମ୍ବାର ଉଚ୍ଛେଦ କରି ଉଠା ବ୍ୟବସାୟୀଙ୍କୁ ଭେଣ୍ଡିଂ ଜୋନ କୁ ସ୍ଥାନାନ୍ତର କରିଥିଲେ ସୁଦ୍ଧା ସେଠାରୁ ଆସି ପୁଣି ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଥିବା କହିଛନ୍ତି ବାଲିଗୁଡ଼ା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ । ସେପଟେ ପେଟ ପୋଷିବା ପାଇଁ ଆମେ ଛୋଟ ଛୋଟ ବ୍ୟବସାୟ କରୁଛୁ । ପ୍ରଶାସନ ପକ୍ଷରୁ ଦେଇଥିବା ଭେଣ୍ଡିଂ ଜୋନରେ କୌଣସି ସୁବିଧା ନଥିବାରୁ ସେଠାରେ ବ୍ୟବସାୟ ହେଉନାହିଁ । ଏଣୁ ଆମେ ବାଧ୍ୟ ହୋଇ ପେଟ ପାଟଣା ପାଇଁ ରାସ୍ତା କଡ଼ରେ ବ୍ୟବସାୟ କରୁଛୁ ।
ଆମକୁ ପ୍ରଶାସନ ଅଣଦେଖା କରିବା ସହ ମଙ୍ଗଳବାର ଜୋର ଜବରଦସ୍ତ ଆମ ପନିପରିବାକୁ ଏନ ଏ ସି ଗାଡ଼ିରେ ନେବା ସହ ରାସ୍ତାରେ ଫୋପାଡ଼ି ଆମକୁ ଉଚ୍ଛେଦ କରିଛନ୍ତି । ଆମକୁ ନ୍ୟାୟ ଦରକାର ବୋଲି କହିଛନ୍ତି ଉଠା ଦୋକାନୀ ବ୍ୟବସାୟୀ । ଏଇ ଘଟଣାକୁ ନେଇ ବାଲିଗୁଡ଼ା ପୋଷ୍ଟ ଅଫିସ୍ ଛକରେ କିଛି ସମୟ ହାଇ ଡ୍ରାମା ଚାଲିଥିଲା ଏବଂ ଉତ୍ୟକ୍ତ ଉଠା ବ୍ୟବସାୟୀ ରାସ୍ତାରୋକ କରିଥିଲେ । ଖବର ପାଇ ପରେ ବାଲିଗୁଡ଼ା ଏସଡିପିଓ ଏବଂ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |