କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ୍ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ପାକାଲିମାହା ଗ୍ରାମରେ ପାଗଳ କୁକୁର କାମୁଡ଼ାରେ ଜଣେ ଦାଦନ ଶ୍ରମିକର କେରଳ ରେ ମୃତ୍ୟୁ ହୋଇଥିବା ଜଣାପଡିଛି l ମୃତ ବ୍ୟକ୍ତି ଜଣକ ହେଲେ ଦାରିଙ୍ଗବାଡି ବ୍ଲକ୍ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ପାକାଲିମାହା ଗ୍ରାମର ଫଉଷ୍ଟିନ ବଳିୟାର ସିଂ l ଘଟଣା ରୁ ପ୍ରକାଶ ଯେ, ଆର୍ଥିକ ଅବସ୍ଥା ଶୋଚନୀୟ ଥିବା ଯୋଗୁଁ ଫଉଷ୍ଟିନ ନିଜ ପରିବାର ପ୍ରତି ପୋଷଣ କରିବା ପାଇଁ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ l ହେଲେ ତାଙ୍କୁ ଦୁଇବର୍ଷ ତଳେ ନିଜ ଗ୍ରାମ କୁ ଆସିଥିବା ସମୟରେ ପାଗଳ କୁକୁର କାମୁଡ଼ିଥିଲା l ବର୍ତ୍ତମାନ ସେ ହଠାତ ଦେହ ଅସୁସ୍ଥ ହେବାରୁ କେରଳର ଏକ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ I ତାଙ୍କ ରକ୍ତ ନମୁନା ପରୀକ୍ଷା ରିପୋର୍ଟରେ ଦେହ ସାରା କୁକୁର ବିଷ ବ୍ୟାପିଥିବା ବିଷୟ ଡାକ୍ତର କହିଥିଲେ l ଏ ନେଇ ତାଙ୍କର ଜଣେ ସମ୍ପର୍କୀୟ ଙ୍କୁ ପଚାରିଵାରୁ ସେ ଚିକିତ୍ସିତ ହେଉଥିବା ଥିବା ସମୟରେ ହିଁ ମୃତ୍ୟୁ ଘଟିଥିଲା ବୋଲି ସୁଚନା ଦେଇଛନ୍ତି I ସେ ଯେଉଁ କମ୍ପାନୀ ରେ କାର୍ଯ୍ୟରତ ଥିଲେ ସେହି କମ୍ପାନୀ ମାଲିକ ସମସ୍ତ ଦାୟିତ୍ୱ ନେଇ ଆମ୍ବୁଲାନ୍ସ ଯୋଗେ ମୃତ ବ୍ୟକ୍ତିଙ୍କ ଶବ ଓଡ଼ିଶାକୁ ପଠାଇଛନ୍ତି I ତାହା ଦୁଇ ଦିନ ମଧ୍ୟରେ ଓଡ଼ିଶା ତଥା ନିଜ ଜନ୍ମ ସ୍ଥାନ ପାକାଲିମାହା ଗ୍ରାମରେ ପହଞ୍ଚିବ ବୋଲି ପରିବାର ପକ୍ଷରୁ କୁହାଯାଇଛି l ଏହି ଘଟଣାକୁ ନେଇ ସମଗ୍ର ବ୍ରାହ୍ମଣୀଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I

More Stories
ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |
ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚମ୍ପିୟନ, ରୋମାଞ୍ଚକର ଫାଇନାଲରେ |