March 14, 2026

Now Odisha

Now Odisha

ପ୍ରେମିକାର ଘର ଲୋକ ପୁଅକୁ ଧମକାଇଥିଲେ, ମୁହଁ ଖୋଲିଲେ ମୃତ ଛାତ୍ରଙ୍କ ମା.

Spread the love

ଭୁବନେଶ୍ବର: କିଟ୍ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଆତ୍ମହତ୍ୟା କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ଓଡ଼ିଶା ଓ ଓଡ଼ିଶା ବାହାର ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପ୍ରତି ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବା ଅତ୍ଯନ୍ତ ଚିନ୍ତା ଜନକ ପ୍ରସଙ୍ଗ। ଏନେଇ କିଟ୍ କର୍ତ୍ତୃପକ୍ଷ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ।

ପୋଲିସ ଏବେ ଘଟଣାର ତଦନ୍ତ କରୁଛି।

ଏହି ଘଟଣାରେ କିଟ୍ କର୍ତ୍ତୃପକ୍ଷ ଗଭୀର ଦୁଃଖ ପ୍ରକାଶ କରି ସଂପୃକ୍ତ ଛାତ୍ରଙ୍କ ପିତାମାତାଙ୍କୁ ସମବେଦନା ଜଣାଇଛନ୍ତି। ତେବେ ଉକ୍ତ ଛାତ୍ର ଜଣକ ବ୍ୟକ୍ତିଗତ କାରଣରୁ ଆତ୍ମହତ୍ୟା କରିଥିବା ଜଣାପଡିଛି।

ଦୀର୍ଘ ଦିନ ଧରି ନିଜ ପରିଚିତ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଆସିଥିଲା ବୋଲି ତାଙ୍କ ମା ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରେମିକାଙ୍କ ବାପା ଓ ପରିବାର ଛାତ୍ରଙ୍କୁ ଧମକଚମକ ଦେଇଥିଲେ ଓ ଭୟଭୀତ ମଧ୍ୟ କରିଥିଲେ। ଫଳରେ ଛାତ୍ର ଜଣକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ପ୍ରେମିକାଙ୍କ ପରିବାର ବିରୋଧରେ ଥାନାରେ ଏତଲା ଦେବେ ବୋଲି ପ୍ରକାଶ କରିଛନ୍ତି। ତେବେ କଲେଜ କର୍ତ୍ତୃପକ୍ଷଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି।

error: Content is protected !!