January 26, 2026

Now Odisha

Now Odisha

KIITକୁ ବଦନାମ କରିବାକୁ କରାଯାଉଛି ହୀନ ପ୍ରୟାସ |

Spread the love

ଯିଏ କହୁଛି ସତ ଦେଖାଏ ସିଏ ଅତିରଞ୍ଜିତ ଖବର ପ୍ରସାରଣ କରୁଛି । ନିଜ ଦର୍ଶକଙ୍କୁ ଭୁଆଁ ବୁଲାଉଛି । ଦର୍ଶକଙ୍କ ବିଶ୍ବାସକୁ ଆଘାତ ଦେଉଛି । କିଟ୍ କୁ ବଦନାମ କରିବାକୁ ଚାଲିଛି ହୀନ ପ୍ରୟାସ। ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଦ୍ବାରା ହଟଚମଟ ଖବର ପ୍ରସାରଣ କରି କିଟର ସୁନାମରେ ଆଞ୍ଚ ଆଣିବାକୁ ଚାଲିଛି ଉଦ୍ୟମ। ଏଭଳି ଖବର ପ୍ରସାରଣକୁ ରାଜ୍ୟର କୋଣ ଅନୁକୋଣରୁ ରାଜନେତା, ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।

ଛାତ୍ରଙ୍କ ବ୍ୟକ୍ତିଗତ ବ୍ୟାପାର ନେଇ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନକୁ ବଦନାମ ଉଦ୍ୟମକୁ ନାପସନ୍ଦ କରିଛନ୍ତି। ସେପଟେ ଜଣେ ଛାତ୍ର ଜୀବନ ହାରିବା ଘଟଣାର ସତ ତାଙ୍କ ମାଆ କହି ସାରିଛନ୍ତି । ଜୀବନ ହାରିବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ ଛାତ୍ରଙ୍କ ପ୍ରେମିକା ଓ ତାଙ୍କ ପରିବାରବର୍ଗଙ୍କ ନାଁରେ ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଛି ।

ତଥାପି ଟାଣିଓଟାରି କିଟକୁ ଯୋଡ଼ି ବଦନାମ କରାଯାଉଛି । ଏଭଳି ଅତିରଞ୍ଜିତ ଖବର ପ୍ରସାରଣକୁ ନାପସନ୍ଦ କରିଛନ୍ତି ରାଜ୍ୟର ରାଜନେତା ଓ ବୁଦ୍ଧିଜୀବୀ। କିଟ ଆଜି ବିଶ୍ବସ୍ତରରେ ସୁନାମ ଅର୍ଜିଛି। ସେଠାରେ ପ୍ରାୟ ୫୦ ହଜାର ଛାତ୍ର ପାଠ ପଢନ୍ତି। କିଏ କେଉଁ କାରଣରୁ ଜୀବନ ହାରିଲା ସେଥିରେ କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଯୋଡ଼ିବା ଠିକ ନୁହେଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସେ ପିଲାଙ୍କ ଜୀବନ ଗଢୁଛନ୍ତି। ଅଚ୍ୟୁତ ସାମନ୍ତଙ୍କ ପାଇଁ ଭୁବନେଶ୍ବରର ଇମେଜ ବଢିଛି ବୋଲି ସେ କହିଛନ୍ତି ।

ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ଏହା ଏକ ବ୍ୟକ୍ତିଗତ ବ୍ୟାପାର। କିଏ ପ୍ରେମ କରିବ, ବିବାହ କରିବ ତାହା ଛାତ୍ରଙ୍କ ବ୍ୟକ୍ତିଗତ ମାମଲା। ଏଥିରେ କୌଣସି ଅନୁଷ୍ଠାନକୁ ଟାଣିବା ଠିକ ନୁହେଁ ବୋଲି ସେ କହିଛନ୍ତି। ମୃତ ଛାତ୍ରର ମାଆ ଏହା ପ୍ରେମଜନିତ ବୋଲି ଏଫଆଇଆର ଦେଇଛନ୍ତି। ଏଭଳି ସ୍ଥଳେ ରାଜ୍ୟର ଏକ ପ୍ରତିଷ୍ଠିତ ଅନୁଷ୍ଠାନକୁ ବଦନାମ କରାନଯାଉ ବୋଲି କହିଛନ୍ତି ବିଧାୟକ ଅନନ୍ତ ଜେନା।…

ଏକ ବିଶାଳ ଶିକ୍ଷାନୁଷ୍ଠାନରେ ଅନେକ ସଂଖ୍ୟାରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏଭଳି ସ୍ଥଳେ ପ୍ରଥମେ ସେମାନଙ୍କ ଉପରେ ଅଭିଭାବକ ଓ ପରେ ଶିକ୍ଷକଶିକ୍ଷୟିତ୍ରୀ ତାଙ୍କ ଉପରେ ନଜର ରଖିବା ଉଚିତ। ସେମାନେ କଣ କରୁଛନ୍ତି, କେଉଁ ଅବସ୍ଥାରେ ଗତି କରୁଛନ୍ତି ତାକୁ ପ୍ରଥମେ ଅଭିଭାବକ ଜାଣିବା ଜରୁରୀ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ। ପରେ ସ୍ବତନ୍ତ୍ର ଶିକ୍ଷକଙ୍କ ଜରିଆରେ ତାଙ୍କର କାଉନସିଲିଂ ହେବା ଜରୁରୀ। କିଟକୁ ଏଥିରେ ଯୋଡ଼ିବା ଅନୁଚିତ ବୋଲି କହିଛନ୍ତି ମୋକିମ।

କୌଣସି ଶିକ୍ଷାନୁଷ୍ଠାନ ବା ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କଲେ ଆମେ ଲକ୍ଷ୍ୟରେ ପହଞ୍ଚି ପାରିବା ନାହିଁ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ। ଦେଶରେ ବଢୁଥିବା ଛାତ୍ର ଆତ୍ମହତ୍ୟା ଚିନ୍ତାଜନକ ପ୍ରସଙ୍ଗ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର। ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏହାକୁ ନେଇ ସମ୍ବେଦନଶୀଳ ହେବା ଆବଶ୍ୟକ। କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏହାକୁ ନେଇ ଯେଉଁ ହଟଚମଟ ଖବର ପ୍ରସାରଣ କରି ଏକ ଅନୁଷ୍ଠାନକୁ ବଦନାମ କରିବାର ମାନସିକତା ଠିକ ନୁହେଁ ବୋଲି ମାନସ ମହାପାତ୍ର କହିଛନ୍ତି ।

ସେପଟେ କିଟ୍ ଛାତ୍ର ଆତ୍ମହତ୍ୟା ମାମଲାରେ ଖୁବ ଶୀଘ୍ର ବାନ୍ଧବୀଙ୍କ ପରିବାରକୁ ଜେରା କରିବ ଇନଫୋସିଟି ଥାନା ପୋଲିସ। ଖୁବ୍ ଶୀଘ୍ର ବାନ୍ଧବୀ, ତାଙ୍କ ମା, ବାପା ଓ ଭାଇଙ୍କୁ ପଚରାଉଚରା ହେବ। ମୃତ ଛାତ୍ର ଓ ଯୁବତୀ ଜଣକ ଗୋଟିଏ ଗାଁର ଓ ସେମାନଙ୍କ ମଧ୍ୟରେ ବନ୍ଧୁତା ଥିଲା। ମୃତ ଛାତ୍ରଙ୍କ ମୋବାଇଲ, ଲାପଟପ୍ , ଡାଏରୀ କୁ ଯାଞ୍ଚ କରୁଛି ପୋଲିସ। ହଷ୍ଟେଲ ଅନ୍ତେବାସୀ, ସୋସିଆଲ ମିଡିଆ ଆକାଉଣ୍ଟ, ଅନଲାଇନ ଚାଟ ଓ ମେସେଜ ସହ ମୃତ ଛାତ୍ରଙ୍କ ମାଆଙ୍କ ସୂଚନାରୁ ଏହା ଜଣାପଡ଼ିଛି। ପ୍ରେମିକାର ମାନସିକ ନିର୍ଯାତନାରୁ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

error: Content is protected !!