ଖୋର୍ଦ୍ଧା ସହରରୁ ୬୫୦ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୁଲିସ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬୪ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ବ୍ରାଉନସୁଗର ସହିତ ୧୭୫ ବୋତଲ କଫ ସିରପ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ମା’-ପୁଅ ସମେତ ୩ ଜଣଙ୍କୁ ଗିରଫ କରିଛି। ଏହା ସହିତ ପ୍ୟାକିଂ ମେସିନ, ଜରି, ଓଜନ ଯନ୍ତ୍ର ଏବଂ ୩ ମୋବାଇଲ ଜବତ ହୋଇଛି।
ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ଵର ସମେତ ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ରାଉନସୁଗର କାରବାର ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ଚଢ଼ାଉ ଏବଂ ଧରପଗଡ଼ ସତ୍ବେ ଏହାକୁ ରୋକାଯାଇ ପାରୁନାହିଁ। ଫଳରେ ଏହା ଆପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |