January 26, 2026

Now Odisha

Now Odisha

୧୦୦ ମାର୍କରୁ ମାତ୍ର ୧ ରଖି ପାଇଲେ LTR ହିନ୍ଦୀ ଶିକ୍ଷକ ଚାକିରି; ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ |

Spread the love

ଭୁବନେଶ୍ୱର,୩।୧୨: ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶିତ ପ୍ରିଲିମିନାରୀ ପରୀକ୍ଷା ଫଳରେ ବିଭିନ୍ନ ବର୍ଗ ପାଇଁ ଧାର୍ଯ୍ୟ ହୋଇଥିବା କଟ୍-ଅଫ୍ ମାର୍କକୁ ନେଇ ବ୍ୟାପକ ଆଲୋଚନା ଓ ଅସନ୍ତୋଷ ଦେଖାଦେଇଛି। ଗତ ମାସ ୧୬ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାର ଫଳାଫଳ ସୋମବାର ଦିନ ପ୍ରକାଶ ପାଇଛି।

୧୦୦ ମାର୍କରୁ ଅନୁସୂଚିତ ଜାତି (ଏସସି) ବର୍ଗ ପାଇଁ କଟ୍-ଅଫ୍ ମାର୍କ ମାତ୍ର ୧ ମାର୍କ ଧାର୍ଯ୍ୟ କରାଯାଇଛି, ଯାହାକି ସର୍ବନିମ୍ନ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ମଧ୍ୟ ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟ କରିଛି।

ସେହିପରି SC ମହିଳା ପ୍ରାର୍ଥୀଙ୍କ ପାଇଁ କଟ୍-ଅଫ୍ ୨.୫ ମାର୍କ ରହିଛି। ଅନୁସୂଚିତ ଜନଜାତି (ST) ବର୍ଗ ପାଇଁ କଟ୍-ଅଫ୍ ୨.୭୫ ମାର୍କ ଏବଂ ST ମହିଳାଙ୍କ ପାଇଁ ୩ ମାର୍କ ରଖାଯାଇଛି। ଅନ୍ୟପଟେ SEBC ବର୍ଗ ପାଇଁ କଟ୍-ଅଫ୍ ୨୩.୫, ସାଧାରଣ ବର୍ଗ ପାଇଁ ୨୯, ଏବଂ ପୂର୍ବତନ ଚାକିରିଆ ବର୍ଗ ପାଇଁ ୩୦ ମାର୍କ ରହିଛି।

ଶିକ୍ଷା ବିଶେଷଜ୍ଞ ଏବଂ ଚାକିରି ଆଶାୟୀମାନେ ପ୍ରଶ୍ନ ଉଠାଇଛନ୍ତି ଯେ ଉଚ୍ଚ ଶିକ୍ଷାଗତ ମାନ ବଜାୟ ରଖିବାକୁ ଥିବା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଏତେ କମ୍ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ କିପରି ପରବର୍ତ୍ତୀ ପର୍ଯ୍ୟାୟକୁ ଯିବାକୁ ଅନୁମତି ଦିଆଯାଉଛି। ଏପରି କମ୍ କଟ୍-ଅଫ୍ ପଛର କାରଣ ଜଣାପଡ଼ି ନ ଥିବା ବେଳେ ଏହାକୁ ନେଇ ଆଶାୟୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ସମାଲୋଚନା ବଢ଼ିବାରେ ଲାଗିଛି।

error: Content is protected !!