ବଜାରରେ ମିଳୁଛି ନକଲି ମେଡିସିନ୍। ରାଜ୍ୟରେ ଗତ ୪ ବର୍ଷରେ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ ହେଲାଣି । ଏ ନେଇ ଆଜି ଗୃହରେ ତଥ୍ୟ ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ବିଜେଡ଼ି ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଗତ ୪ ବର୍ଷରେ ଚିହ୍ନଟ ହେଲାଣି ୧୬୮ ନକଲି ।
ସେହପିର ସେହିଭଳି ୩୮୮ଟି ନିମ୍ନମାନର ମେଡିସିନ ଯାହାକି ଆବଶ୍ୟକୀୟ ଗୁଣବତ୍ତା ଏବଂ ପ୍ରଭାବଶାଳୀ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି, ଅର୍ଥାତ ଏହି ମେଡ଼ିସିନ୍ NSQ ବା NOT OF STANDARD QUALITY । ୩୮୮ଟି ନିମ୍ନମାନର ମେଡିସିନ୍ ଜବତ ହୋଇଛି । ପ୍ରାୟ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ମେଡିସିନ ଜବତ କରିଛନ୍ତି ସରକାର । ୨୦୨୧-୨୨ରେ ୭୯, ୨୦୨୨-୨୩ରେ ୬୪ଟି, ୨୦୨୩-୨୪ ରେ ୧୪ ଓ ୨୦୨୪-୨୫ ରେ ୧୧ଟି ନକଲି ମେଡିସିନ୍ ଚିହ୍ନଟ ହୋଇଛି ।
ସେହିପରି ୨୦୨୧-୨୨ରେ ୮୩, ୨୦୨୨-୨୩ରେ ୧୫୬ଟି, ୨୦୨୩-୨୪ ରେ ୬୯ ଓ ୨୦୨୪-୨୫ ରେ ୮୦ଟି ନିମ୍ନମାନର ମେଡ଼ିସିନ୍ ଜବତ ହୋଇଛି । ଯେଉଁଥିରେ ପାନ୍-୪୦, ପାନଟପ୍, ପାନ୍-ଡି, ଜିରୋଡଲ୍ ଏସପି, ଟେଲମା-୪୦, ଆରଏଲ୍ ୫୦୦, ଓ୨ ଭଳି ମେଡ଼ିସିନ୍ ସାମିଲ ରହିଛି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…