ଭଞ୍ଜନଗର,୩ା୧୨: ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜାମପଲ୍ଲୀ ବିଦେଶୀ ମଦ ଦୋକାନ ନିକଟରେ ପୋଲିସକୁ ଅସଦ ବ୍ୟବହାର ଦେଖାଇବା ଏବଂ ପୋଲିସକୁ ଆକ୍ରମଣ ଉଦ୍ୟମ କରିବା ଅଭିଯୋଗରେ ପୋଲିସ ବୁଧବାର ୩ ଜଣକୁ ଗିରଫ କରିଛି। ସେମାନେ ହେଲେ ବିଚିତ୍ର ସ୍ବାଇଁ ଓ ତାଙ୍କ ଦୁଇ ପୁଅ। ଗିରଫ ବାପ ପୁଅଙ୍କୁ ଆଜି ସନ୍ଧ୍ୟାରେ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ଗତ ୧ ତାରିଖ ସନ୍ଧ୍ୟାରେ ଆଇଆଇସି ଜୀବନାନନ୍ଦ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଆଇ ସମୀର କୁମାର ସେଠୀ ଓ ଥାନା ଷ୍ଟାଫ୍ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସେମାନେ ଖବର ପାଇଲେ ଯେ ଜାମପଲ୍ଲୀ ବିଦେଶୀ ମଦ ଦୋକାନ ପାଖରେ ଥିବା ଏକ ଦୋକାନରେ କିଛି ଲୋକୋ ଠିଆ ହୋଇ ପାଟିତୁଣ୍ଡ କରୁଛନ୍ତି। ପୋଲିସ ଆସିବା ଦେଖି ସେମାନେ ଦୌଡିବା ଆରମ୍ଭ କଲେ। ଯେତେବେଳେ ପୋଲିସ ସନ୍ଦେହରେ ସେହି ଦୋକାନୀକୁ ପଚାରିଲେ କାହିଁକି ଏଠାରେ ଗହଳି ହୋଇଛି ବୋଲ ତା’ପରେ ଦୋକାନି ମାଲିକ ବିକ୍ରମ ସ୍ବାଇଁ ଓ ତାଙ୍କ ବାପା ବିଚିତ୍ର ସାଇଁ ପୋଲିସକୁ ଖରାପ ଭାଷାରେ ଗାଳଗୁଲଜ ଆରମ୍ଭ କଲେ। ଏଥିସହ ସେମାନେ ପୋଲିସକୁ ଆକ୍ରମଣ ଉଦ୍ୟମ କରିଥିଲେ। ତେଣୁ ପୋଲିସ ଏନେଇ ଏକ ମାମଲା ରୁଜୁ କରି ବାପା ଏବଂ ଦୁଇ ପୁଅଙ୍କୁ ଗିରଫ କରିଛି।

More Stories
ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |
ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚମ୍ପିୟନ, ରୋମାଞ୍ଚକର ଫାଇନାଲରେ |