କେନ୍ଦ୍ରୀୟ ଅବକାରୀ ସଂଶୋଧନ ବିଲ୍ ୨୦୨୫ ଆଜି ଲୋକସଭାରେ ପାରିତ ହୋଇଛି । ଅବକାରୀ ଆଇନ୍ ୧୯୪୪କୁ ସଂଶୋଧନ କରାଯାଇ ବିଭିନ୍ନ ତମାଖୁ ସାମଗ୍ରୀ ଉପରେ ଅବକାରୀ ଶୁଳ୍କ ଏବଂ ସେସ୍ ବୃଦ୍ଧି କରାଯାଇଛି । ସିଗାରେଟ୍, ସିଗାର, ହୁକ୍କା, ତମାଖୁ, ଜର୍ଦ୍ଦା ଆଦି ବିଭିନ୍ନ ପ୍ରକାର ତମାଖୁ ସାମଗ୍ରୀ ଏହା ମଧ୍ୟରେ ଅନ୍ତର୍ଭୁକ୍ତ ।
ବିଲ୍ ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଏହା ଅତିରିକ୍ତ କର କିମ୍ବା ନୂତନ ଆଇନ୍ ନୁହେଁ ।
ଜି.ଏସ୍.ଟି. ଲାଗୁ ହେବା ପରେ ମଧ୍ୟ କ୍ଷତିପୂରଣ ସେସ୍ ପ୍ରଦାନ ଜୁଲାଇ ୨୦୧୭ରୁ ୨୪ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି । ତମାଖୁ ସାମଗ୍ରୀର ମୂଲ୍ୟ ଜି.ଏସ୍.ଟି. ଲାଗୁ ହେବା ପରେ ବୃଦ୍ଧି ପାଇଛି । ତମାଖୁ ବ୍ୟବହାରକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଏହି ସଂଶୋଧିତ ନୀତି କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

More Stories
ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |
ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚମ୍ପିୟନ, ରୋମାଞ୍ଚକର ଫାଇନାଲରେ |