ଭୁବନେଶ୍ବର:ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ଫୁଲବାଣୀ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକ । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି । ଅଭିଯୋଗ ଅନୁଯାୟୀ କିଛି ଦିନ ପୂର୍ବେ ସଦର ଥାନା ପୁଲିସ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲା । ସେଥିରୁ ଦୁଇ କ୍ୱିଣ୍ଟାଲ୍ ଗଞ୍ଜେଇର ହିସାବ ମିଳିନଥିଲା ।
ଏଥିରେ ଥାନା ଅଧିକାରୀ ସତୀଶଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡିବା ପରେ ତାଙ୍କ ନାଁରେ ସରକାରଙ୍କ ନିକଟରେ ଅଭିଯୋଗ ପହଞ୍ଚିଥିଲା । ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |