January 26, 2026

Now Odisha

Now Odisha

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା.

Spread the love

ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜନୈକ ହିତାଧିକାରୀଙ୍କ ଏମ୍‌ଜିଏନ୍‌ଆରଇଜିଏ ଯୋଜନାର କାର୍ଯ୍ୟ କୋଡ୍‌ ସୃଷ୍ଟି କରିବା ନିମନ୍ତେ ୨୫ ଶହ ଟଙ୍କା ଲାଞ୍ଚ ନେଉଥିଲେ।

ତାଙ୍କଠାରୁ ରଙ୍ଗବୋଳା ସମସ୍ତ ନୋଟ୍‌ ଜବତ କରିବା ସହିତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳକୁ ନେଇ ବିଭାଗ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ାଉ କରିଛି। ଏ ସଂକ୍ରାନ୍ତରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ୧୮/୨୫ରେ ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଅଭିଯୁକ୍ତ ଏଡିଇଓ ଜଣକ ହେଲେ ହେମନ୍ତ କୁମାର ବେହେରା।

ସୂଚନାଯୋଗ୍ୟ, ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ ମଞ୍ଜୁର ହୋଇଥିବା ଏକ ଫାର୍ମ ପୋଖରୀ ଖୋଳାକୁ ନେଇ କାର୍ଯ୍ୟ କୋଡ୍‌ ସୃଷ୍ଟି କରିବାକୁ ୨୫ଶହ ଟଙ୍କା ଲାଞ୍ଚ ମାଗିଥିଲେ । ଏଥିରେ ହିତାଧିକାରୀ ଚାଷୀ ଜଣକ ଅତ୍ୟନ୍ତ ଗରିବ ହୋଇଥିବାରୁ ଉକ୍ତ ଟଙ୍କା ଦେବାକୁ ଅସମର୍ଥ ହୋଇଥିଲେ। ଯାହାକୁ ନେଇ ହିତାଧିକାରୀ ଜଣକ ଏକ ମାସ ଧରି ବାରମ୍ବାର କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଫେରୁଥିଲେ। ଟଙ୍କା ନ ଦେଲେ କାର୍ଯ୍ୟାଦେଶର କୋଡ୍‌ ଦିଆଯିବ ନାହିଁ ବୋଲି ଅଭିଯୁକ୍ତ ଏଡିଇଓ ବେହେରା ଜିଦ ଧରିଥିଲେ। ନିରୁପାୟ ହୋଇ ହିତାଧିକାରୀ ଜଣକ ବାଲେଶ୍ୱର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ମାଡ଼ି ବସିଥିଲେ।

error: Content is protected !!