ରାଜଧାନୀରୁ ୧୦ ମାଉଜର ଜବତ। ବିହାରରୁ ବ୍ରହ୍ମପୁର ଅଭିମୁଖେ ଚାଲାଣ ହେଉଥିବା ବେଳେ ଗୋଡାଇ ଗୋଡାଇ ଧରିଲା ସ୍ପେଶାଲ୍ କ୍ରାଇମ୍ ୟୁନିଟ୍। ଖଣ୍ଡଗିରି ଛକରେ ମାଡ଼ି ବସିଲା ପୁଲିସ। ଜଣେ ଅଭିଯୁକ୍ତ ଗିରଫ।
ସୂଚନାନୁଯାୟୀ, ଏକ କାରରେ ଚୋରା ମାଉଜର ଓ କାଇବାଇନ୍ ଚାଲାଣ ହେଉଥିଲା। ଏହା ବିହାରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା।
ଏ ସମ୍ପର୍କରେ ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ କମିଶନରେଟ୍ ପୁଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ଚଢାଉ କରିଥିଲା। କାରଟିକୁ ପିଛା କରିଥିଲା। ପୁଲିସକୁ ଦେଖି ଅଭିଯୁକ୍ତ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା। ହେଲେ ଏସଟିଏଫ୍ ଟିମ୍ କାର୍ଟିକୁ ଗୋଡାଇ ଗୋଡାଇ ଖଣ୍ଡଗିରି ଛକରେ କାବୁ କରିଛି। କାର୍ଟିକୁ ଯାଞ୍ଚ କରିବାରୁ ଏହା ଭିତରୁ ୧୦ ମାଉଜର, କାରବାଇନ୍ ଓ ଜୀବନ୍ତ ଗୁଳି ଜବତ ହୋଇଛି। ଏହା ସହ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଏହି ରାକେଟ୍ ରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ପୁଲିସ ଛାନଭିନ୍ ଚଳାଇଛି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |