ଖଣି ବିଭାଗ କର୍ମଚାରୀଙ୍କ ଠାରୁ ଛଡାଇ ନେଲେ ତିନି ଟ୍ରକ। ଗାଡି ଜାଳିଦେବାକୁ ଧମକ ଦେଲେ ପଥର ମାଫିଆ ଓ ଟ୍ରକ ମାଲିକ l ବାଲେଶ୍ଵର ସୋର ଅଂଚଳରେ ବଢିଚାଲିଛି ପଥର ମାଫିଆ ଓ ଟ୍ରକ ମାଲିକଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି l ଖଣି ଅଧିକାରୀଙ୍କୁ ଧମକ ଦେଇ ଛଡାଇ ନେଲେ ତିନି ଟ୍ରକ l ଖଣି ଅଧିକାରୀଙ୍କ ଗାଡି ଜାଳିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି l ବାହାନଗା ଦାଣ୍ଡହରିପୁର ଗ୍ରାମରେ ତିନିଟି ଚୋରା ପଥର ଟ୍ରକ ଥିବା ଖବର ପାଇ ସୋର କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଘଟଣାସ୍ଥଳକୁ ଯାଇଥିଲେl ଖଣି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ଗାଁର କିଛି ଯୁବକ, ଟ୍ରକ ମାଲିକ ଓ ପଥର ମାଫିଆ ମିଳିତ ଭାବେ ସୋର ଖଣି କନିଷ୍ଠ ଅଧିକାରୀ ଜଗନ୍ନାଥ ଦାସ, ସମ୍ବିତ କୁମାର ମଣୀ ଓ ଖଣି ବିଭାଗର ଡ୍ରାଇଭରଙ୍କୁ ଧମକ ଦେଇ ଗଣ୍ଡଗୋଳ କରିଥିଲେl ଗଣ୍ଡଗୋଳକାରୀମାନେ ଖଣି ବିଭାଗର ଗାଡିକୁ ପୋଡ଼ିଦେବାକୁ ଧମକ ଦେଇଥିଲେ l ଖଣି ବିଭାଗ ଅଧିକାରୀଙ୍କ ଠାରୁ ଗଣ୍ଡଗୋଳକାରି ତିନୋଟି ବେଆଇନ ପଥର ବୋଝେଇ ଟ୍ରକକୁ ଛଡାଇ ନେଇଥିଲେ l ଘଟଣାକୁ ନେଇ ଖଣି ବିଭାଗ ପକ୍ଷରୁ ସୋର ଥାନାରେ ଅଭିଯୋଗ କରାଯାଇଛି l ସେଠାରୁ ଖଣି ଅଧିକାରୀ ଖଞ୍ଜାମାହଲ ଖାଦାନକୁ ଯାଇ ୫୬ ଖାଦାନରୁ ପାଣି ଶୁଖାଉଥିବା ଏକ ଟ୍ରାକ୍ଟରକୁ ଜବତ କରିଥିଲେl

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |