ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ପୁଣି ଏକ ବଡ଼ଧରଣର ଡକାୟତି ହୋଇଛି। ଦୃର୍ବୁତ୍ତମାନେ ମାରଣାସ୍ତ୍ର ଧରି ଏକ ବ୍ୟବସାୟୀଙ୍କ ଘରୁ ୪ ଲକ୍ଷ ଟଙ୍କା ଲୁଟି ନେବାରେ ସଫଳ ହୋଇଛନ୍ତି। ଲୁଟର ଶିକାର ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସିଂଶାରି ଫାଣ୍ଡି ଅନ୍ତର୍ଗତ ଡୁମରଡା ଗ୍ରାମର ଅରୁଣ ଗୁପ୍ତା। ସୂଚନା ଅନୁଯାଇ ଡୁମରଡା ଗ୍ରାମର ବ୍ୟବସାୟୀ ଅରୁଣ ଗୁପ୍ତା ଗତ ୫ ତାରିଖ ବୁଧବାର ଦିନ ବ୍ୟବସାୟ କାର୍ଯ୍ୟରେ ଉମରକୋଟ ଯାଇଥିବା ବେଳେ ସ୍ଵାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ କିରାଣା ଦୋକାନ ଖୋଲି ବ୍ୟବସାୟ ଦେଖିଥିଲେ।
ତେବେ ବୁଧବାର ରାତ୍ର ପ୍ରାୟ ୮ ଘଣ୍ଟ ସମୟରେ ଦୁଇଟି ବାଇକ୍ରେ ୫ ଜଣ ଅଜଣା ବ୍ୟକ୍ତି ଅରୁଣ ଗୁପ୍ତାଙ୍କ ଦୋକାନ ସମ୍ମୁଖରେ ରହି ଦୋକାନରୁ ସିଗାରେଟ ମାଗିବା ବାହାନାରେ ସେଥିରୁ ୩ ଜଣ ଘର ମଧ୍ୟରେ ପ୍ରବେଶ କରିଥିଲେ। ଦୁଇ ଜଣ ରାସ୍ତା ଉପରେ ବାହାର ଲୋକଙ୍କୁ ନଜର ରଖିଥିଲେ। ହାତରେ ଛୁରି ସହ ମାରଣାସ୍ତ୍ର ଧରି ଅରୁଣ ଗୁପ୍ତା ଙ୍କ ସ୍ତ୍ରୀ ଙ୍କୁ ତିନି ଜଣ ଦୃର୍ବୁତ୍ତ ଭୟଭୀତ କରିବା ସହ ଘର ମଧ୍ୟରେ ଥିବା ଆଲମାରୀ ମଧ୍ୟରେ ଥିବା ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ପାଖରେ ଅରୁଣ ଗୁପ୍ତାଙ୍କ ୧୪ ବର୍ଷର ପୁଅ ଥିଲେ ସୁଦ୍ଧା ତାକୁ ନଜର ବନ୍ଦି କରି ରଖି ୪ ଲକ୍ଷ ଲୁଟ କରିଥିଲେ। ୫ ଜଣ ଦୃର୍ବୁତ୍ତ ମଧ୍ୟରୁ କିଛି ଦୁବୃର୍ତ୍ତ ମୁହଁରେ ମୁଖା ପିନ୍ଧିଥିବା ଜଣା ପଡ଼ିଥିଲା।
ବ୍ୟବସାୟୀ ଘରୁ ୪ ଲକ୍ଷ ଟଙ୍କା ଲୁଟ
ତେବେ ଅଳ୍ପ ସମୟ ମଧ୍ୟରେ ୫ ଜଣ ଅଜଣା ଦୃର୍ବୁତ୍ତ ବ୍ୟବସାୟୀ ଘରୁ ୪ ଲକ୍ଷ ଟଙ୍କା ଲୁଟ କରି ସେଠାରୁ ଚମ୍ପଟ ମାରିଥିଲେ। ଉମରକୋଟରୁ ବ୍ୟବସାୟୀ ଅରୁଣ ଗୁପ୍ତା ରାତ୍ର ଆସିବା ପରେ ସ୍ତ୍ରୀ ଘର ମଧ୍ୟରେ ଦୃର୍ବୁତ୍ତମାନେ ଛୁରୀ ଦେଖାଇ ଟଙ୍କା ଲୁଟ କରି ଚାଲି ଯାଇଥିବା କହିଥିଲେ। ବ୍ୟବସାୟୀ ଅରୁଣ ଗୁପ୍ତା ମକା ବିକ୍ରି କରି ଘରେ ୪ ଲକ୍ଷ ଟଙ୍କା ରଖିଥିବା ବେଳେ ତାହା ଡକାୟତ ହୋଇଥିବା ଜାଣି ପାରି ତୁରନ୍ତ ବୁଧବାର ରାତ୍ରରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଉମରକୋଟ ଏସଡିପିଓ ଶୁଭେନ୍ଦୁ ଶବର , ଡାବୁଗାଁ ଥାନା ଅଧିକାରୀ ଗୋପାଳ କୃଷ୍ଣ ଆଗୁପାତ୍ର ଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ଗୁରୁବାର ପୂର୍ବାହ୍ନ ରୁ ଅପରାହ୍ନ ପର୍ଯ୍ୟନ୍ତ ଡୁମରଡା ଗ୍ରାମ ଯାଇ ତଦନ୍ତ କରିଥିଲେ ସୁଦ୍ଧା କାହାକୁ ଧରିବାରେ ସକ୍ଷମ ହୋଇ ନ ଥିଲେ।

More Stories
ନିଯୁକ୍ତି ଦାବିରେ ଧାରଣାରେ ଜମିହରା ପରିବାର |
ଓଡ଼ିଶା ପଖାଳକୁ ମିଳିଲା ଅନ୍ତର୍ଜାତୀୟ ମାନ୍ୟତା, ଗିନିଜ୍ ରେକର୍ଡରେ ସ୍ଥାନ ପାଇଲା ଓଡ଼ିଶା ପଖାଳ
ନିଶା ମୁକ୍ତ ହେବ ଓଡ଼ିଶା : ଏପ୍ରିଲ ୧ରୁ ଅଭିଯାନ ଆରମ୍ଭ