ଜଳେଶ୍ବର ଅବକାରୀ ରେଞ୍ଜ ଓ ଜଳେଶ୍ଵର ଅବକାରୀ ଥାନା ପକ୍ଷରୁ ଚଢାଉ ପକ୍ଷରୁ ପୃଥକ ପୃଥକ ଭାବେ ଚଢ଼ାଉ କରାଯାଇ ଦୁଇ ଜଣକୁ ଗିରଫ୍ କରାଯାଇଛି। ୧୧୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ୍ କରାଯାଇଛି। ଅବକାରୀ ରେଞ୍ଜ ଓ ଅବକାରୀ ଥାନାର ଦୁଇଟି ପୃଥକ ପୃଥକ ଟିମ ରାଜପୁତ୍ର ସ୍ଥିତ ସୁବର୍ଣ୍ଣରେଖା ନଦୀ ନଦୀବନ୍ଧ ନିକଟରେ ଚଢ଼ାଉ କରିଥିଲେ।
ଚଢାଉ ସମୟରେ ଗୋଟିଏ ବାଇକ ଓ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ୍ କରାଯାଇଛି। ଗିରଫ ଜଣକ ଠାରୁ ୬୫ ଗ୍ରାମ ଓ ଅନ୍ୟ ଜଣକ ଠାରୁ ୪୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜବତ୍ ବ୍ରାଉନସୁଗାରର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଜଳେଶ୍ଵର ଥାନା ପୁଲିସ ୧୬ ନମ୍ବର ଜାତୀୟ ରାଜପଥର ରାଜଘାଟ ବ୍ରିଜ୍ ନିକଟରେ ଚଢ଼ାଉ କରି ୨୭୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଯୁବକଙ୍କ ସହ ଗୋଟିଏ କାର କୁ ମଧ୍ୟ ଜବତ କରାଯାଇଛି।ଜବତ୍ ହୋଇଥିବା ଧଳା ରଙ୍ଗର କାର୍ ର ନମ୍ବର ହେଉଛି ଓଡି୦୨ବିବି-୭୩୧୪।ଗିରଫ ଯୁବକ ମାନେ ହେଲେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଅଞ୍ଚଳର ପ୍ରତାପ ଚରଣ ରାଉତ (୪୧),ସୁମନ୍ତ ଦାସ (୨୮),ବିପିନ ବେହେରା (୩୦),ରାକେଶ କୁମାର ଜେନା (୨୫),ବିଶ୍ୱ ବିଜୟ ମହାପାତ୍ର (୩୦)

More Stories
ଅନ୍ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ
ସୁପ୍ରିମକୋର୍ଟରେ ହାଇପ୍ରୋଫାଇଲ ଶୁଣାଣି, ନିଜ ପକ୍ଷ ରଖିବାରେ ମୁଖ୍ୟମନ୍ତ୍ରୀଭାବେ ମମତା ବାର୍ନାଜୀ ପ୍ରଥମ |
ଟାଙ୍ଗରପାଲି ବ୍ଲକ ସ୍ତରୀୟ ସାଂସ୍କୃତିକ ଯତରା ମହୋତ୍ସବ।