February 4, 2026

Now Odisha

Now Odisha

ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଜଣେ ଗିରଫ : ମୋବାଇଲ ସମେତ ୪ଟି ଚୋରି ବାଇକ ଜବତ |

Spread the love

କନ୍ଧମାଳ, ତା, ୦୭/୧୨ : ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ ଟାଉନ ଥାନା ପୁଲିସ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି। ତାଙ୍କ ନିକଟରୁ ଲୁଟ ହୋଇଥିବା ମୋବାଇଲ ସମେତ ୪ଟି ଚୋରି ବାଇକ ଜବତ କରାଯାଇଛି। ଗିରଫ ଯୁବକ ହେଲେ ଫୁଲବାଣୀ ସହର କୁମ୍ଭାରପଡାର ରାକେଶ ବେହେରା ଓରଫ ଛୋଟୁ(୨୪)।

ଏହି ଘଟଣାରେ ସମ୍ପୃକ୍ତ ଆଉ ୨ ଜଣ ଫେରାର ଅଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଫୁଲବାଣୀ ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳ କହିଛନ୍ତି। ସୂଚନା ଅନୁସାରେ, ଗତ ଜୁଲାଇ ୨୦ରେ ରାକେଶ ତାଙ୍କ ଦୁଇ ସାଙ୍ଗଙ୍କ ସହ ଫୁଲବାଣୀ ବସ୍‌ ଷ୍ଟାଣ୍ଡ ପାଖରେ ମଦ୍ୟ ପାନ କରିଥିଲେ । ୨୧ ତାରିଖରେ ରାକେଶଙ୍କ ଜନ୍ମ ଦିନ ଥିଲା।

ଟଙ୍କା ଅଭାବରୁ ସେମାନେ ଲୁଟ୍‌ କରିବା ପାଇଁ ଯୋଜନା କରିଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଜଣେ ବାହାର ଲୋକ ବସ୍‌ ଷ୍ଟାଣ୍ଡର ଦୁଇ ନମ୍ବର ଗେଟ ପାଖରେ ବୁଲାବୁଲି କରୁଥିଲେ। ଏହି ୩ ଜଣ ଯାକ ସ୍କୁଟିରେ ଯାଇ ସମ୍ପୃକ୍ତ ଯୁବକଙ୍କୁ ଥାପଡ, ଗୋଇଠା ମାରି ମୋବାଇଲ ଫୋନ ଲୁଟି ନେଇଥିଲେ। ଯୁବକ ଜଣକ ଆସି ଥାନାରେ ଅଭିଯୋଗ କରିବାରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ରାକେଶଙ୍କୁ ଗିରଫ କରିବା ପରେ ତାଙ୍କ ପାଖରୁ ଆଉ ଚୋରି ବାଇକ ସହ ଦୁଇଟି ମୋବାଇଲ ଜବତ କରାଯାଇଛି ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।

error: Content is protected !!