କନ୍ଧମାଳ ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା। ଅତ୍ୟନ୍ତ ମାଓ ପ୍ରବଣ ଜିଲ୍ଲାରେ ଚାଲିଥିବା ବେଆଇନ ବନ୍ଧୁକ କାରଖାନାକୁ ପୋଲିସ ଠାବ କରିଛି। ଏଥିସହ ଅନେକ ଦେଶୀ ବନ୍ଧୁକ, ଅର୍ଦ୍ଧ ନିର୍ମିତ ବନ୍ଧୁକ ସହ ବଢ଼ୁକ ତିଆରି ସରଞ୍ଜାମ ଜବତ କରିଛି ପୋଲିସ। ଗୋଛାପଡ଼ା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ପାଙ୍ଗାପାଜୁ ଗାଁରେ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିବା ସହ, ବନ୍ଧୁକ ତିଆରି କରି ବିକ୍ରି କରୁଥିବା ବାଞ୍ଛାନିଧି ବିନ୍ଧାଣିକୁ ଗିରଫ କରିଛି ପୋଲିସ ।
ଦେଶୀ ବନ୍ଧୁକ ତିଆରି ସରଞ୍ଜାମ ସହ ବନ୍ଧୁକରେ ବ୍ୟବହାର ସାମଗ୍ରୀ, ଗୋଟିଏ ପିସ୍ତଲ, ୪ଟି ଦେଶୀ ବନ୍ଧୁକ,୧୦ ଟି ବ୍ୟାରେଲ୍,୮ଟି ବନ୍ଧୁକ ଫ୍ରେମ୍,ଆଡିପାତି, କଟର ମେସିନ ପ୍ରଭୃତି ସରଞ୍ଜାମ ଜବତ କରିଛି ପୋଲିସ । ୨୦୧୬ ମସିହାରେ ମଧ୍ଯ ବାଞ୍ଛାନିଧି ବନ୍ଧୁକ ତିଆରି ମାମଲାରେ ଗିରଫ ହୋଇଥିଲା । ଏ ସମ୍ପର୍କରେ ଗୁରୁବାର ଫୁଲବାଣୀ ସଦର ଏସଡିପିଓଙ୍କ କାର୍ଯ୍ୟାଳୟରେ କନ୍ଧମାଳ ଏସପି ବି ସି ହରିଶ୍ ସାମ୍ବାଦିକଙ୍କୁ ବିସ୍ତୃତ ସୂଚନା ଦେଇଛନ୍ତି। ଯେଉଁ ମାନେ ଫେରାର ଅଛନ୍ତି ସେମାନଙ୍କୁ ମଧ୍ୟ ଧରାଯିବ ବୋଲି କହିଛନ୍ତି ଏସପି। ତେବେ ଗୋଚ୍ଛାପଡ଼ା ଥାନା ଅଞ୍ଚଳ ମାଓ ପ୍ରବଣ ଅଞ୍ଚଳ ଓ ଗଞ୍ଜେଇ ଚାଷ ଓ ମାଫିଆଙ୍କ ଚରାଭୁଇଁ ରୂପେ ପରିଚିତ । ତେବେ, ବନ୍ଧୁକ ତିଆରି କରି କାହାକୁ ଚାଲାଣ କରିଥିଲେ ବା କେଉଁ କାମରେ ବ୍ୟବହାର କରିବାପାଇଁ ତିଆରି କରୁଥିଲେ ତାକୁ ନେଇ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଏସପି।

More Stories
ଧୁରନ୍ଧର ୨’ର ଏହି ଅଭିନେତାଙ୍କ ପାଖରେ ନିଜ ଫିଲ୍ମ ଦେଖିବାକୁ ନାହିଁ ଟଙ୍କା, କହିଲେ.
ଯୁଦ୍ଧ ରୋକିବାକୁ ଆମେରିକାର ଶାନ୍ତି ପ୍ରସ୍ତାବକୁ ଇରାନର ପ୍ରତ୍ୟାଖ୍ୟାନ, ରଖିଲା ଏହି ୫ ସର୍ତ୍ତ…
ବାଇକ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, ମୃତକଙ୍କ ପତ୍ନୀକୁ ଚାକିରୀ ଓ ଅନ୍ୟାନ୍ୟ ଦାବିରେ ରାସ୍ତା ଅବରୋଧ, ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ