ପାଚିକାଙ୍କ ଦରମା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖି କହିଛନ୍ତି , ପାଚିକାଙ୍କ ଦରମା ୨୦୦୦ ଟଙ୍କା ଥିଲା । ବିଜେପି ସରକାର ୧୦୦୦ ଟଙ୍କା ବୃଦ୍ଧି କରିଛି । ବର୍ତ୍ତମାନ ପାଚିକାଙ୍କ ଦରମା ୩୦୦୦ ଟଙ୍କା ହୋଇଛି । ସବୁବେଳେ ଆନ୍ଦୋଳନରେ ବସିଲେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବ।
ଦରମା ତ ବୃଦ୍ଧି ହେଲା, ପୁଣି ଆନ୍ଦୋଳନ ଠିକ ନୁହେଁ। କିଛି ଦିନ କାମ କରନ୍ତୁ। ସବୁବେଳେ ଆନ୍ଦୋଳନ କରିବା ଉଚିତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।କିନ୍ତୁ ୭ ଦଫା ଦାବି ନେଇ ଦୁଇ ଦିନ ଧରି ଲୋୟର ପିଏମଜିରେ ଧାରଣାରେ ବସିଛି ରାଜ୍ୟ ପାଚକ ପାଚିକା ମହାସଂଘ। ତେବେ ଦରମା ବୃଦ୍ଧି ଦାବି ନ ହେବା ଯାଏ ଧାରଣା ସ୍ଥଳରୁ ହଟିବେ ନାହିଁ ବୋଲି ସଂଘ କହିଛି।

More Stories
ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ
ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ
କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଜଲୱା: ହାତତିଆରି ବ୍ଲୁ ଗାଉନ୍ ପାଇଁ ଲାଗିଥିଲା ୧୫୦୦ ଘଣ୍ଟା