December 13, 2025

Now Odisha

Now Odisha

ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ

Spread the love

ପାଚିକାଙ୍କ ଦରମା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖି କହିଛନ୍ତି , ପାଚିକାଙ୍କ ଦରମା ୨୦୦୦ ଟଙ୍କା ଥିଲା । ବିଜେପି ସରକାର ୧୦୦୦ ଟଙ୍କା ବୃଦ୍ଧି କରିଛି । ବର୍ତ୍ତମାନ ପାଚିକାଙ୍କ ଦରମା ୩୦୦୦ ଟଙ୍କା ହୋଇଛି । ସବୁବେଳେ ଆନ୍ଦୋଳନରେ ବସିଲେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବ।

ଦରମା ତ ବୃଦ୍ଧି ହେଲା, ପୁଣି ଆନ୍ଦୋଳନ ଠିକ ନୁହେଁ। କିଛି ଦିନ କାମ କରନ୍ତୁ। ସବୁବେଳେ ଆନ୍ଦୋଳନ କରିବା ଉଚିତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।କିନ୍ତୁ ୭ ଦଫା ଦାବି ନେଇ ଦୁଇ ଦିନ ଧରି ଲୋୟର ପିଏମଜିରେ ଧାରଣାରେ ବସିଛି ରାଜ୍ୟ ପାଚକ ପାଚିକା ମହାସଂଘ। ତେବେ ଦରମା ବୃଦ୍ଧି ଦାବି ନ ହେବା ଯାଏ ଧାରଣା ସ୍ଥଳରୁ ହଟିବେ ନାହିଁ ବୋଲି ସଂଘ କହିଛି।

error: Content is protected !!