କ୍ଷେତରାଜପୁର: ପୁରା ପ୍ଲାନିଂ କରି ମୋ ସାଙ୍ଗର ଜୀବନ ନେଇ ଗଲା ସେ ଝିଅ । ମିଳି ମିଶି ଡାକି ନେଇ ମାରିଦେଲେ । ସେ ଝିଅ ମୋ ସାଙ୍ଗକୁ କଣ ଗୋଟେ ପିଇବାକୁ ଦେଲା ମୋ ସାଙ୍ଗର ମୁଣ୍ଡ ବୁଲାଇଲା । ଠିକ୍ ସେହି ସମୟରେ ମୋ କଲ୍ ସେ ରିସିଭ କରି ଏକଥା ମୋତେ ଜଣାଇଥିଲା । ତା’ ପରେ ତା ମୋବାଇଲ ସୁଇଚ୍ ଅଫ ଦେଖାଇଲା । ସନ୍ଦେହ ହେବାରୁ ଆମେ ଆସି ତାକୁ ଖୋଜିଥିଲୁ ।
ଆଉ ପାଇ ନଥିଲୁ । ଏବେ ତାକୁ ଏ ଅବସ୍ଥାରେ ଦେଖିବାକୁ ପାଉଛୁ ।
କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗରି ପାହାଡ଼ରେ ଯୁବକଙ୍କୁ ହତ୍ୟା l ଯୁବକ ଜଣକ ହେଉଛନ୍ତି ହୀରାକୁଦ ଅଞ୍ଚଳର ଅଭୟ ଦାସ l ଗତକାଲି ଅଭୟ ତାଙ୍କ ପ୍ରେମିକାକୁ ସାକ୍ଷାତ କରିବା ପାଇଁ ଲକ୍ଷ୍ମୀ ଡୁଙ୍ଗରି ପାହାଡ ନିକଟକୁ ଯାଇଥିଲେ l ଏହାପରେ ଅଭୟଙ୍କ ଆଉ କୌଣସି ପତ୍ତା ମିଳିନଥିଲା l କିନ୍ତୁ ପାହାଡ଼ ତଳେ ଅଭୟଙ୍କ ଆକ୍ଟିଭା ଗାଡି ଥୁଆ ହୋଇଥିଲା l
ସେପଟେ ତାଙ୍କ ପରିବାର ଲୋକେ ବହୁତ ଖୋଜା ଖୋଜି କରିବା ପରେ ଅଭୟଙ୍କ ଆକ୍ଟିଭାକୁ ପାହାଡ଼ ତଳେ ଛିଡା ହୋଇଥିବା ଦେଖିବାକୁ ପାଇଥିଲେ l ସନ୍ଦେହରେ ଅଭୟଙ୍କ ମାମୁ ପାହାଡ଼ ଉପରକୁ ଚଢ଼ିଥିଲେ l ପାହାଡ଼ ଉପରେ ରକ୍ତ ଛିଟା ପଡ଼ିଥିବା ଦେଖି ଆଉ ଉପରକୁ ଚଢ଼ିଥିଲେ । ଉପରେ ଅଭୟଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ପଡ଼ିଥିବା ଦେଖିଥିଲେ l ତାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମରଶରୀରକୁ ଜବତ କରିଛି l
ତେବେ ଅଭୟଙ୍କୁ କିଏ ମାରିଛି ତାହା ସ୍ପଷ୍ଟ ହୋଇନାହିଁ l କିନ୍ତୁ ତାଙ୍କ ପ୍ରେମିକା ନାଁରେ ଅଭିଯୋଗ ଆଣିଛନ୍ତି ଅଭୟଙ୍କ ବନ୍ଧୁ ଓ ପରିବାର ଲୋକ । ଏନେଇ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି l କିନ୍ତୁ ପୁଅକୁ ହରାଇ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକେ

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…