ବାଂଲାଦେଶରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା; ୨୦ ମୃତ, ଶତାଧିକ ଆହତ


ଅକ୍ଟୋବର ୨୩ ତାରିଖ ସୋମବାର ବାଂଲାଦେଶ ଠାରେ ଘଟିଯାଇଛି ଏକ ବଡ଼ ଧରଣର ରେଳ ଦୁର୍ଘଟଣା। ଦୁଇଟି ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଅତି କମରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ମୃତାହତ ଲୋକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏନେଇ ବାଂଲାଦେଶ ରେଳବାଇ ଅଧିକାରୀଙ୍କ କହିବା ଅନୁସାରେ ସୋମବାର ଏକ ଯାତ୍ରୀବାହୀ ଟ୍ରେନ୍ ସହ ଏକ ମାଲ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


error: Content is protected !!