December 13, 2025

Now Odisha

Now Odisha

ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ ଲାଗିଛି ।

Spread the love

ଦାରିଙ୍ଗବାଡି: ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ ଲାଗିଛି । ଏବେ ଶୀତ ଯେମିତି ଦାଉ ସାଧୁଛି ।ଏଭଳି ସ୍ଥିତି ଦେଖିବାକୁ ମିଳିଛି ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ । ଦିନକୁ ଦିନ ଶୀତର ଲହରୀ ଅଞ୍ଚଳବାସୀଙ୍କ ପାଇଁ ଅସହ୍ୟ, ଅସମ୍ଭାଳ ହେବାରେ ଲାଗିଛି । ଦିନ ଓ ରାତିରେ ଶୀତର ଲହରୀ ଅନୁଭବ ହେଉଥିବା ବେଳେ ସନ୍ଧ୍ୟା ନଇଁ ଆସିବା ପରଠାରୁ ପରଦିନ ସକାଳ ୧୦ଟା ପର୍ଯ୍ୟନ୍ତ ଅସହ୍ୟ ଜାଡ଼ ଅସ୍ତବ୍ୟସ୍ତ କରିପକାଉଛି। ଶ୍ରମିକ ହୁଅନ୍ତୁ କି ସରକାରୀ ଓ ବେସରକାରୀ କର୍ମଚାରୀ ସଠିକ ସମୟରେ ନିଜ କାମଧନ୍ଦା ପାଇଁ ପହଞ୍ଚିବା ମୁସ୍କିଲ ହୋଇପଡିଛି। ଏବେ ଖରା ଓ ନିଆଁ ଅଧିକା ଜରୁରୀ ହୋଇପଡିଛ। କାମଧନ୍ଦା ନଥିଲେ ସକାଳ ସମୟରେ ଲୋକ ଘରୁ ବାହାରୁ ନ ଥିବା ବେଳେ ସନ୍ଧ୍ୟା ହେବାକ୍ଷଣି ରାସ୍ତାଘାଟ, ବଜାର ଜନ ଶୂନ୍ୟ ହୋଇପଡୁଛି। ଖାଁ ଖାଁ ହୋଇଯାଉଛି ଗାଁ ଦାଣ୍ଡ।
ଯଦି ଆଭ୍ୟନ୍ତରୀଣ ଅଞ୍ଚଳ କଥା ଦେଖାଯିବ ସେଠି ଗୋଟିଏ ଦୃଶ୍ୟ ଲୋକମାନେ ନିଆଁ ଲଗାଇ ବସୁଥିବା ଦେଖିବାକୁ ମିଳିଛି। ବୃଦ୍ଧାବୃଦ୍ଧଙ୍କ ଅବସ୍ଥା ଅତି ଶୋଚନୀୟ ସେମାନଙ୍କ ପାଇଁ ଶୀତକୁ ସମ୍ଭାଳିବା ବହୁତ କଷ୍ଟ ହୋଇପଡିଛି। ତେବେ ପର୍ଯ୍ୟଟକ ଶୀତର ମଜା ନେବାକୁ ଦୈନିକ ହଜାର ସଂଖ୍ୟାରେ ଦାରିଙ୍ଗବାଡିରେ ଭିଡ଼ ଜାମଉଛନ୍ତି । ଆଗକୁ ରବିବାର ପର୍ଯ୍ୟନ୍ତ ସମସ୍ତ ହୋଟେଲ, ଲଜ ଗୁଡିକ ଆଗୁଆ ବୁକିଂ ସରିଗଲାଣି ବୋଲି ହୋଟେଲ ସଙ୍ଘର ସଭାପତି ଗିରିଶ ଚନ୍ଦ୍ର ସାହୁ କହିଛନ୍ତି।

error: Content is protected !!